କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭାର ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ବର୍ଗତ ବ୍ରଜମୋହନ ପଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଅଛି।ସ୍ବର୍ଗତ ପଣ୍ଡା ୧୮୯୦ ମସିହା ଜୁନ ୫ ତାରିଖରେ ଲରମ୍ଭା ଗ୍ରାମରେ ବୃନ୍ଦାବନ ପଣ୍ଡା ଓ ଚନ୍ଦ୍ରମା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ବ୍ରଜମୋହନ ଥିଲେ ଜଣେ ଶିକ୍ଷାପ୍ରେମୀ। ସମ୍ବଲପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ଚେଷ୍ଟିତ ଥିଲେ।ନିଜ ଅର୍ଥରୁ ୧୯୦୨ ରେ ଲରମ୍ଭାରେ ଚାଟଶାଳୀ, ୧୯୩୮ରେ ଲରମ୍ଭା ଉଚ୍ଚ ବିଦ୍ୟାଳୟ,୧୯୬୪ରେ ଲରମ୍ଭା ମହାବିଦ୍ୟାଳୟ ସ୍ଥାପନ କରିଥିଲେ। ଏତତ୍ ବ୍ୟତୀତ ବରଗଡ ଜର୍ଜ ହାଇସ୍କୁଲ,ସମ୍ବଲପୁର ଲେଡିଲୁଇସ , ଗଙ୍ଗାଧର ମେହେର କଲେଜ ଓ ଏହାର ଟ୍ରଷ୍ଟଫଣ୍ଡ୍ ହୋଷ୍ଟେଲ୍ , ବୁଢାରଜାର ପ୍ରଫେସର କଲୋନୀର ଶିକ୍ଷକଙ୍କ ବାସଗୃହ ଓ ସମ୍ବଲପୁର ମହିଳା କଲେଜ ସ୍ଥାପନରେ ସେ ଆର୍ଥିକ ସାହାଯ୍ୟ କରିଥିଲେ। ଏପରିକି ସମ୍ବଲପୁ୍ରରେ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ତାଙ୍କ ବନ୍ଧୁ ମାନଙ୍କ ସହ ପ୍ରଥମେ ପ୍ରସ୍ତାବ ଆଗତ କରିଥିଲେ। ଜଣେ ଶିକ୍ଷାବିତ,କୃଷିବିତ, ରାଜନୈତିଜ୍ଞ, ଆଇନଜିବୀ ,ସମାଜସେବୀ ଓ ସାହିତ୍ୟପ୍ରେମୀ ଭାବରେ ସେ ବେଶ ଜଣାଶୁଣା। ଅଦ୍ୟ ଦିବସରେ ଲରମ୍ଭା ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସର ସ୍ଥିତ ତାଙ୍କର ପ୍ରତିମୂର୍ତ୍ତି ଗୁଡିକରେ ମାଲ୍ୟାର୍ପଣ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇ, ଲରମ୍ଭା ଉଚ୍ଚବିଦ୍ୟାଳୟର ଶିକ୍ଷକ ବିନୟ କୁମାର ନାଏକ, ଅଶ୍ବିନୀ କୁମାର ପ୍ରଧାନ, ପ୍ରଦୀପ ପଣ୍ଡା, ପବିତ୍ର ମାହାଣା, ସୁଶୀଳ ମହାକୁର, ସରୋଜ ନାୟକ, ସିଦ୍ଧେଶ୍ବର ପ୍ରଧାନ,ଶିଶିର ସାହୁ, ଅଜିତ ନାଥ, ସୁମନ୍ତ ପାଣିଗ୍ରାହୀ,ସଂଜୟ କୁମାର ଭୋଇ, ସୁବ୍ରତ ପଣ୍ଡା, ଲିଂଗରାଜ ପୋଢ, ଭରତପଣ୍ଡା, ବିଦେଶୀ ଛନ୍ଦ, ତାରାଚାନ୍ଦ କଣ୍ଟା,ମହେନ୍ଦ୍ର ସିନ୍ଧୁରିଆ ପ୍ରମୁଖ ଯୋଗଦେଇ ଥିଲେ।

By admin

Leave a Reply

Your email address will not be published. Required fields are marked *