ରକ୍ତଦାନ କରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆଶିଷ ।ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଉପଖଣ୍ଡ ଚିକିତ୍ସାଲୟ ପଦ୍ମପୁର ରେ ଜାମପାଲି ଗ୍ରାମର ସଦାନନ୍ଦ ଭୋଇ ରକ୍ତହୀନତା ରୋଗରେ ପୀଡିତ ହୋଇ A+ve ରକ୍ତ ଜରୁରୀ ଆବଶ୍ୟକ ଥିଲା l ପଦ୍ମପୁର ହସ୍ପିଟାଲ ରେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ଥିବା ଆଶିଷ କୁମାର ଶତପଥି ଜରୁରୀକାଳୀନ ପରିସ୍ଥିତିରେ ରକ୍ତଦାନ କରି ଅସହାୟ ରୋଗୀ ର ଜୀବନ ବଞ୍ଚାଇଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା ର ସୁଅ ଛୁଟିଛି।
