ଭିଜିଲାନ୍ସ ଜାଲରେ ଏ ଏସ୍ ଆଇ ବବିତା ସୁନା।

ଭିଜିଲାନ୍ସ ଜାଲରେ ଏ ଏସ୍ ଆଇ ବବିତା ସୁନା।

ମହିଳା ଥାନା ଏ ଏସ୍ ଆଇ ବବିତା ସୁନା ଲାଞ୍ଚ ନେବାବେଳ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କାବୁ କରିଛନ୍ତି। କୌଣସି ଏକ ପାରିବାରିକ ଅଶାନ୍ତି ର ସମାଧାନ ପାଇଁ ବଡ଼ ଧରଣର ଅର୍ଥ ଦାବିକରି ପ୍ରଥମ କିସ୍ତିରେ ନଗଦ ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବବିତା ସୁନା ଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିବା ସହ ଥାନା ମଧ୍ୟରେ ବିଭିନ୍ନ ନଥିପତ୍ର ର ଯାଞ୍ଚ କରିଥିଲେ ଓ ଏ ଏସ୍ ଆଇ ବବିତା ସୁନା କୁ ନିଜ ହେପାଜତକୁ ନେଇଛନ୍ତି ଭିଜିଲାନ୍ସ ବିଭାଗ। ସେଠାରେ ରଖି ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *