ବୃଦ୍ଧଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ।

ବଡ଼ବଜାର ଥାନା ଅର୍ନ୍ତଗତ ଶାସ୍ତ୍ରୀ ନଗର ୫ମ ଗଳିରେ ରହୁଥିବା ବସନ୍ତ ନାୟକ ନାମକ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ନିଜ ଘରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧଙ୍କ ପରିବାର ଲୋକେ ନିକଟସ୍ଥ କୁଠାରୀ ମନ୍ଦିରରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଇଥିବା ବେଳେ ବୃଦ୍ଧ ଜଣକ ଏକୁଟିଆ ଘରେ ରହି ଏହି ଭଳି ଘଟଣା ଘଟାଥିଇବା ଜଣାପଡିଛି ଓ ପରିବାର ଲୋକେ ଘରକୁ ଫେରି ବୃଦ୍ଧ ଜଣକ ଝୁଲୁଥିବା ଅବସ୍ଥାରେ ଦେଖି ତାକୁ ତଳକୁ ଓହ୍ଲେଇ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ବଜାର ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *