ରାଣୀଗୁଡା ଫର୍ମ ଠାରେ ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ଉଦଯାପିତ ସହିତ ମା ଙ୍କୁ ବିଦାୟୀ
ରାୟଗଡା ୦୧. ୦୬ (ଅମୁଲ୍ୟ ନିଶଙ୍କ ) ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଚୈତ୍ର ପର୍ବ ପରେ ରାୟଗଡା ସହର ରେ ଘଣ୍ଟ ପର୍ବ ଅନୁଷ୍ଠିତ ହୋଇଥାଏ l ମା ଙ୍କ ମନ୍ଦିର ରୁ ଖଣ୍ଡା ଜାଇ ସହର ର ବିଭିନ୍ନ ଅଂଚଳ ରେ ଭିନ୍ନ ଭିନ୍ନ ତାରିଖ ରେ ଘଣ୍ଟ ପର୍ବ ଅନୁଷ୍ଠିତ ହୋଇଥାଏ l ଏହି ପରିପେକ୍ଷ ରେ ରାୟଗଡା ସହର ର ରାଣୀଗୁଡା ଫାର୍ମ ଅଂଚଳ ବାସୀ ଙ୍କ ପକ୍ଷରୁ ମା ଙ୍କ ଘଣ୍ଟ ପର୍ବ ଗତ ୨୮. ୦୫ ରୁ ଅନୁଷ୍ଠିତ ହୋଇ ୦୧. ୦6 ରେ ସମାପ୍ତି ହୋଇଯାଇଛି l ଏହି, 5 ଦିନ ଧରି ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ମା ଙ୍କ ଖଣ୍ଡା ଓ ହାଣ୍ଡି ସଂଧ୍ୟା ସମୟରେ ପ୍ରତିଦିନ ବିଭିନ୍ନ ସାହି କୁ ପରିକ୍ରମା ରେ ଯାଇଥିଲା ଖଣ୍ଡା ଓ ହାଣ୍ଡି ସାହି ପରିକ୍ରମା ସମାପ୍ତି କରି ଘଣ୍ଟ ପର୍ବ ସ୍ଥାନ କୁ ଆସିଥାଏ ଏହା ପରେ ବେଜୁ ନାଚ କରିବାର ଦେଖିବାକୁ ମିଳିଥିଲା l ଘଣ୍ଟ ପର୍ବ ର ଅନ୍ତିମ 5 ଦିନ ରେ ମା ଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ନିଜର ପରିବାର ଙ୍କ ସହିତ ପୂଜା ସ୍ଥଳ କୁ ଆସି ମା ଙ୍କ ନିକଟରେ ପୂଜା ଅର୍ଚନା କରିଥିଲେ l ରାଣୀଗୁଡା ଅଂଚଳ ବାସୀ ଖିରି ଲିଆମୁହା, ପିଠା ପଣା ଧରି ଆସି ମାଙ୍କ ନିକଟରେ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା କରିଥିଲେ l ସୁଦୂର ହାଇଦ୍ରାବାଦ ରୁ ଆସିଥିବା କଳାକାର ମାନେ ମାଆ ଙ୍କ ଭିନ୍ନ ଭିନ୍ନ ରୂପରେ ସଜେଇ ହୋଇ ଦିନ 2 ଘଂଟିକା ରୁ ରାତ୍ରି 8 ଘଂଟିକା ପର୍ଯ୍ୟନ୍ତ ରାଣୀଗୁଡା ଅଂଚଳ ର ବିଭିନ୍ନ ସାହି ରେ ବୁଲି ବୁଲି ନିଜ ନିଜ ର ନୃତ୍ୟ ପରିବେଶଣ କରିଥିଲେ l ସନ୍ଧ୍ୟା ସମୟରେ ପୂଜକ ନିଆଁ ରେ ଚାଲିବା ସହିତ କଣ୍ଟା ଦୋଳି ରେ ଝୁଲିଥିଲେ ଏହା ଦେଖିବା ନିମନ୍ତେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ସାମଗମ ହୋଇଥିବା ର ଦେଖିବାକୁ ମିଳିଥିଲା l ଏହା ପରେ ଅଂଚଳ ବାସୀ ନାଚ ଗୀତ ବାଜା ବାଜଣା ଆତସବାଜି ରେ ମାଆ ଙ୍କୁ ବିଦାୟ ଦେଇ ମନ୍ଦିର ରେ ଛାଡି ଆସିଥିଲେ l ଏହି 5 ଦିନ ଧରି ଧୂମଧାମ ରେ ଘଣ୍ଟ ପର୍ବ ପାଳିତ ହୋଇଥିବା ରୁ ଲୋକେ ବେଶ ଆନନ୍ଦିତ ଥିଲେ ଅନ୍ତିମ ଦିନ ରର ମାଆ ଙ୍କୁ ବିଦାୟ କରିବା ସମୟ ରେ ସମସ୍ତ ଙ୍କ ମୁହ ରେ ଦୁଃଖ ର ଛାୟା ଖେଳିଯାଇଥିଲା l ମାଆ ଙ୍କ ଘଣ୍ଟ ପର୍ବ ନିମନ୍ତେ ଆହୁରି ଏକ ବର୍ଷ ଅପେକ୍ଷା କରିବେ l ଘଣ୍ଟ ପର୍ବ ସ୍ଥଳ କୁ ବହୁ ସଂଖ୍ୟା ରେ ଜନସାଧାରଣ ଆସି ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l ଭକ୍ତ ଙ୍କ ମନରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ଅନୁଷ୍ଠିତ ହୋଇଥିଲା l ଦୀର୍ଘ 5 ଦିନ ଧରି ଏହି ଘଣ୍ଟ ପର୍ବ କୁ ରାୟଗଡା ଟ୍ରକ ମାଲିକ ସଂଘ ର ସଭାପତି ୟାଲା କୋଣ୍ଡା ବାବୁ,ରେଡି ସତ୍ୟ ନାରାୟଣ, ହସମୁଖ ହାସୁ ଭାଈ କେ ଶ୍ରୀନିବାସ , ପି ଗୌରୀ, ଶ୍ରୀନୁ,କେ ସୁଦ୍ଧା,ଏନ ନରେଶ, ଏମ ମୁରଲୀ,ଏମ ଜେଜୀ ଏମ ଈସୁତି ଭାସ୍କର ରାଓ,ସି ଏଚ ଶ୍ରୀନୁ ଏହି କାର୍ଯ୍ୟକ୍ରମ କୁ ଅତିସୁନ୍ଦର ଭାବେ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରି ସମାପ୍ତି କରିଥିଲେ l ଚକ୍ର ପୂଜାରୀ ଏହି 5 ଦିନ ଧରି ପୂଜା ଅର୍ଚନା କରିଥିଲେ l ଜନସାଧାରଣ ପ୍ରତିଦିନ ବହୁ ସଂଖ୍ୟା ରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ର ସହିତ ଏହି ପର୍ବ କୁ ସମାପନ କରିଥିବାରୁ କୋଣ୍ଡା ବାବୁ ସମସ୍ତ ଜନସାଧାରଣ, ପରିଚାଳନା କମିଟି ର ସମସ୍ତ କର୍ମକର୍ତା ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
