ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା।

ଅପରାଧୀ ମାନଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଫଳରେ ବ୍ରହ୍ମପୁର ପୋଲିସ ପୁଣି ସଫଳତା ପାଇଛନ୍ତି। ଆଜି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତି ରଖିଛନ୍ତି ଯେ ନିଜ ବିଭାଗୀୟ କର୍ମଚାରୀମାନଙ୍କର ସ୍ବତନ୍ତ୍ର ଅଭିଯାନ ଫଳରେ ୭ ଅସାମାଜିକ ଯୁବକ,୫ ବନ୍ଧୁକ,୪୩ ଜୀବନ୍ତ ଗୁଳି,୨୨ ଏ ଟି ଏମ୍ କାର୍ଡ୍ ୬ ମୋବାଇଲ ଫୋନ , ନଗଦ ଏକଲକ୍ଷ ୧୧ ହଜାର ୫ ଶହ ଟଙ୍କା ଓ ଗୋଟିଏ ଟି ୟୁ ଭି କାର୍ ଜବତ କରିଛନ୍ତି। ଧରାପଡ଼ିଥିବା ଅସାମାଜିକ ଯୁବକ ମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକ ମାନେ ଗୋଷାଣୀ ନୁଆଁଗାଁ ଥାନା ରେ ଅଭିଯୁକ୍ତ ମାନେ ହେଲେ ସୁରଜ୍ ପାଢ଼ୀ, ଲକ୍ଷ୍ମୀ ନୃସିଂହ ସାହି, ଗୋବର୍ଦ୍ଧନ ପାତ୍ର ଭଞ୍ଜନଗର ଅଞ୍ଚଳର,ସୁମନ୍ତ ପାତ୍ର ଜଟଣୀ, ରବିନ୍ଦ୍ର ମହାରଣା ଜଙ୍କିଆ ଓ ସୁନୀଲ ସାହୁ ଶାସ୍ତ୍ରୀ ନଗର ହୋଇଥିବା ବେଳେ ବୈଦ୍ୟନାଥ ପୁର ଥାନା ତରଫରୁ ବିଭିନ୍ନ ମକଦ୍ଦମା ରେ ଜଡିତ ରଞ୍ଜନ ଗୌଡ ଜରଡା ଓ ସୁଶୀଲ ପଣ୍ଡା ଚିକିଟି ପ୍ରମୁଖ ଅଟନ୍ତି।

By admin

Leave a Reply

Your email address will not be published. Required fields are marked *