ବିଶ୍ଵ ତମାଖୁ ବର୍ଜନ ଦିବସରେ ସେତନତା ଅଭିଯାନ ।

ବ୍ରହ୍ମପୁର, ହରିହର ଭେଟ ମନ୍ଦିର ସେବା ସଂଘ ସଭ୍ଯ ମାନେ ବିଶ୍ଵ ତମାଖୁ ବର୍ଜନ ଦିବସରେ ନୀଳକଣ୍ଠ ନଗର ଠାରୁ ପଦଯାତ୍ରାରେ ବାହାରି ଆମ୍ବ ମାର୍କେଟ, ରାଜାରାଣୀ ମନ୍ଦିର ଯାଏଁ ତମାଖୁ, ମଦ୍ୟପାନ, ଧୂମପାନ ଆଦି ନିଶାଦ୍ରବ୍ୟର ଅପକାରୀତା ସମ୍ବନ୍ଧରେ ବାର୍ତ୍ତା ଦେଇ ନଗର ଭ୍ରମଣ କରିଥିଲେ। ବହୁ ଜନ ସମର୍ଥନ ମିଳିଥିଲା। ବରିଷ୍ଠ ଡାକ୍ତର ନକୁଳ ସାହୁ ନିଶାଦ୍ରବ୍ୟ ଦ୍ଵାରା କ୍ୟାନସର୍, ଯକ୍ଷ୍ମା,ହୃଦ୍ରୋଗ, ବୃକକ୍ ରୋଗ, ଶ୍ୱାସ, କାଶ, ଆଦି ରୋଗ ଓ ପରିବାର, ପରିବେଶ ବିପର୍ଯ୍ୟସ୍ତ ହେଉଛି ଏହାକୁ ଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ସାମାଜସେବି ଡି ଶ୍ରୀନିବାସ, ଗଣେଶ୍ଵର ପ୍ରସାଦ ପରିଛା, ଭଗବାନ ପ୍ରସାଦ ପରିଛା, ଦୁର୍ଗା ପ୍ରସାଦ ପରିଛା, ଶ୍ରୀବତ୍ସ ପ୍ରଧାନ, ଜୀ. ଗାନ୍ଧୀ ଙ୍କ ସମେତ ଅନେକ ମହିଳା ଓ ସ୍ଵାସ୍ଥ୍ଯ ସଚେତକ ଶୋଭାଯାତ୍ରାରେ ସହଯୋଗ କରିଥିଲେ।

By admin

Leave a Reply

Your email address will not be published. Required fields are marked *