ଟ୍ରକ୍ କୁ ପିଟିଲା କାର୍, ଗୁରୁତର ଦମ୍ପତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗଞ୍ଜାମ ଥାନା ଅର୍ନ୍ତଗତ ଶଙ୍ଖ ନୁଆ ଗାଁ ପୋଲ ଉପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛପଟୁ ଗୋଟିଏ ଚାରିଚକିଆ ଯାନ ପିଟି ହୋଇ ଯାଇଥିଲା। ଯ’ଦ୍ଵାରା ଗାଡ଼ି ଭିତରେ ବସିଥିବା ଦୁଇ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇ କାର୍ ଭିତରେ କଷ୍ଟ ପାଉଥିବା ବେଳେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ। ଅଜଣା ଦମ୍ପତି ଦ୍ବୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *