ସ୍ବାମୀ କୁ ହତ୍ୟା କରି ସ୍ତ୍ରୀ ଥାନା ରେ ଅଟକ।
ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ସ୍ବାମୀ ନାରାୟଣ ଭୁୟାଁ କୁ ସ୍ତ୍ରୀ ରିନା ଭୁୟାଁ ହତ୍ୟା କରି ଘରେ ଲୁଚାଇ ରଖିଥିବା ଖବର ପାଇ ବେଗୁନିଆ ପଡ଼ା ଥାନା ଅଧିକାରୀ ଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ରିନା କୁ ଥାନା ରେ ରଖି ଜେରା କରୁଛନ୍ତି। ଖବର ରୁ ପ୍ରକାଶ ଯେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗିରହିଛି। ଗତକାଲି ପୁଣି କୌଣସି କଥା କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରିନା ଏକ ଟାଙ୍ଗିଆରେ ନାରାୟଣ କୁ ହାଣିବା ସହ ଇଟାରେ ମୁଣ୍ଡକୁ ପିଟି ହତ୍ୟା କରି ଘଟଣାକୁ ଚପାଇ ଦେବାକୁ ଘରେ ଲୁଚାଇ ରଖିଥିଲା। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା କୁ ନେଇ ଗାଁ ରେ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
