ଉତ୍କଳ ସାମ୍ବାଦିକ ସଂଘ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ.

ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ବୃଦ୍ଧି ପାଇଥିବା ଆକ୍ରମଣର ପ୍ରତିବାଦ ଏବଂ ବଲାଙ୍ଗୀରରେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାରକୁ ତୁରନ୍ତ ଗିରଫ୍ ଦାବିକରି ଏକ ଦାବିପତ୍ର ଜିଲ୍ଲା ପାଳଙ୍କୁ ପ୍ରଦାନ କରାଯାଇଛି। ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଙ୍କ ନିଷ୍ପତି କ୍ରମେ ସଂଘ ର ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ସଂଘର ରାଜ୍ୟ କାର୍ଯ୍ୟକାରି ସଭାପତି ସନ୍ତୋଷ ପାଣିଗ୍ରାହୀ ଏବଂ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଦାଶ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ରାୟଗଡା ଜିଲ୍ଲାପାଳ ପାରୁଲ ପାଟୁ୍ୱାରୀ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସମ୍ପାଦକ ରାଜେଶ ମହାନ୍ତି, ସୁଶାନ୍ତ ପ୍ରଧାନ, ଶିବାଜୀ ଦାସ, ମନୋରଞ୍ଜନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *