ସମ୍ମାନ ଯୋଗ୍ୟ ହୋନରେରୀ ଡକ୍ଟରେଟ ଉପାଧି ରେ ସମ୍ମାନିତ ହେଲେ ଆଇନଜୀବୀ ଗୋପୀନାଥ ପାଢ଼ୀ
ରାୟଗଡା (ଅମୁଲ୍ୟ ନିଶଙ୍କ ) : ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପୃଥିବୀ ର ପୁରସ୍କାର ପ୍ରଦାନ ସଂସ୍ଥା ପକ୍ଷରୁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ଡ଼କ୍ଟରଟେ ଉପାଧି ରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ବହୁ ସମାଜସେବୀ, ଶିକ୍ଷକ, ଓକିଲ ସରକାରୀ କର୍ମଚାରୀ ଙ୍କୁ ପ୍ରଦାନ କରାଯାଇଛି l ଏହି ସମ୍ମାନଜନକ ଉପାଧି ରେ ଯେଉଁ ମାନଙ୍କୁ ସମ୍ମାନୀତ କରାଯାଇଛି ସେମାନେ ମଧ୍ୟରୁ ଅନ୍ୟତମ ବ୍ୟକ୍ତି ହେଲେ ଓଡିଶା ଉଚ୍ଚ ନ୍ୟାୟଳୟ ର ଆଇନଜୀବୀ ଗୋପୀନାଥ ପାଢ଼ୀ ପିତା ସ୍ବର୍ଗତ ଗୋପାଳ କୃଷ୍ଣ ପାଢ଼ୀ ଓଡିଶା ର ବିଭିନ୍ନ ନ୍ୟାୟାଳୟ ରର ଦୀର୍ଘ 40 ବର୍ଷ ଧରି ଓକିଲାତି କରୁଥିବା ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ରେ ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପକ୍ଷରୁ ପାଢ଼ୀ ଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ବର୍ଣାଢ୍ୟ ଉତ୍ସବ ରେ ପ୍ରଦାନ କରାଯାଇଛl ସୂଚନା ଯୋଗ୍ୟଯେ ପାଢ଼ୀ ଦୀର୍ଘ 40 ବର୍ଷ ବର୍ଷ ଧରି ରାଜ୍ୟ ର ବିଭିନ୍ନ ନ୍ୟାୟଳୟ ରେ ଓକିଲାତି ଭାବେ କାମ କରି ଜନସାଧାରଣ ଙ୍କ ସେବାକାରୀ ଆସୁଛନ୍ତି l ନିକଟରେ ଓକିଲ ଦିବସ ଅବସୋର ରେ କଟକ ଟେକ୍ସ ବାର ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ ହୋଇଛନ୍ତି ପାଢ଼ୀ l ପାଢ଼ୀ ଡକ୍ଟରେଟ ଉପାଧି ପାଇଲା ପରେ ରାୟଗଡା ସହର ର ଜନସାଧାରଣ ଙ୍କ ସହିତ ରାୟଗଡା, ଗୁଣୁପୁର ପଦ୍ମପୁର, ବିଷମକଟକ ଓକିଲ ସଂଘ ର କର୍ମକର୍ତା ମାନେ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି l
