ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର।
ଜରଡା ଥାନା ଅର୍ନ୍ତଗତ ଆନ୍ଧ୍ରପ୍ରଦେଶ ସୀମାନ୍ତ କେଶରିପଡା ଶ୍ମଶାନ ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଚାଳକ ଚନ୍ଦନ ବାସୁଦେବ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଜାନକୀ ରାସ୍ତା କଡ଼ରେ ପଡ଼ିଯାଇ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ଏତିକି ବେଳେ ସ୍ଥାନୀୟ ଲୋକ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଜାନକୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଓ ବାସୁଦେବଙ୍କୁ ଚିକିତ୍ସା ଚଳାଇ ମୃତ ଜାନକୀ ଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛନ୍ତି ଓ ମୃତ ମହିଳାଙ୍କ ଭଉଣୀ ର ଅଭିଯୋଗ ଗ୍ରହଣ କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଘର ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ଓ ସେମାନେ ଜରଡା ଥାନା ଅର୍ନ୍ତଗତ ଖମ୍ବାରୀ ଗ୍ରାମର ନିଜ ବନ୍ଧୁଙ୍କ ଘରକୁ ବୁଲି ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
