ଭା ଜ ପା ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ ଜଗନ୍ନାଥ ଙ୍କ ନିୟମଗିରି ଗସ୍ତ ରାୟଗଡା ୨୭. ୦୫, ( ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା ଭାରତୀୟ ଜନତା ପାର୍ଟି ର ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ, ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡରୁକା ବିଷମକଟକ ବ୍ଲକ ର ଡଙ୍ଗରିଆ ଜନ ଜାତି ମାନଙ୍କ ବସ ବାସ କରୁଥିବା ଅଞ୍ଚଳ ନିୟମଗିରି ପାହାଡ ଉପରେ ଥିବା ଖଜୁରୀ ଗ୍ରାମ କୁ ଗସ୍ତ ତର ଯାଇଥିଲେ l ସୂଚନା ଯୋଗ୍ୟ ଜେ ଗତ କିଛି ଦିନ ତାଳେ ଚାଷୀ ମାନଙ୍କ ସପୁରୀ ବାଡରେ ରାତ୍ରୀ ସମୟରେ ଜଙ୍ଗଲ ହାତୀ ମାଣେ ପଶି ଉପଦ୍ରବ କାରିବା ସହିତ ସପୁରି ଗଛ କୁ ନଷ୍ଟ କରିଦେଉଥିଲେ l ଖବର ପାଇ ଜ଼ିଲ୍ଲା ଭାଜପା ସଭାପତି ନିୟମଗିରି ଅଂଚଳ ଗସ୍ତ କରି ଚାଷୀ ମାନଙ୍କ ସହ ମିଶି କ୍ଷେୟ କ୍ଷେତି ସ୍ଥାନ ପରିଦର୍ଶନ କରିଥିଲେ । ହାତୀ ଦୃତ ପାଇଁ ଚାଷୀ ଙ୍କ ବହୁତ୍ କ୍ଷୟ କ୍ଷତି ହେଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏହି ବିଷୟ ରେ ଅବଗତ କରି କ୍ଷତି ପୁରଣ ପାଇବା ଦିଗରେ କାମ କରାଯିବ ବୋଲି ଗୋପୀ ନିୟମଗିରି ବସି କୁ କହିଥିବାର ଜଣାପଡିଛି । ନିୟମଗିରି ପାହାଡ ର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବହୁ ସମସ୍ୟା ଘେରରେ ଲୋକ ମାନେ ବସବାସ କରୁଥିବାର ଦେଖି କହିଥିଲେ l ପିଇବା ପାଣି ସମସ୍ୟା, ପ୍ରଧାନ ମନ୍ତ୍ରୀ ଜନ୍ ମନ ଆବାସ , ସୁଭଦ୍ରା ଯୋଜନା , ମୋବାଇଲ ନେଟୱର୍କ ଭଳି ବିଭିନ୍ନ ସମସ୍ୟା ର ସମାଧାନ ବିଷୟରେ ଗାଁ ଲୋକ ଙ୍କ ସହ ଆଲୋଚନା କରି ଥିଲେ l ସ୍ଥାନୀୟ ଲୋକଙ୍କ ସମସ୍ୟା କିପରି ସମାଧାନ ହେବ ଜ଼ିଲ୍ଲା ପ୍ରସାଶନ ଓ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ସମାଧାନ କରିବି ବୋଲି ଜନସାଧାରଣ କୁ ପ୍ରତିଶୃତି ଦେଇଛନ୍ତି l
