ଶିବ ପାର୍ବତୀ ବିବାହ ଓ ଶୀତଳଷଷ୍ଠି ମୋହତ୍ସବ ପାଇଁ ଚଳଚଞ୍ଚଳ ମିମାଝୋଲା ଜନକଲ୍ୟାଣ ଆଶ୍ରମ

ଶିବ ପାର୍ବତୀ ବିବାହ ଓ ଶୀତଳଷଷ୍ଠି ମୋହତ୍ସବ ପାଇଁ ଚଳଚଞ୍ଚଳ ମିମାଝୋଲା ଜନକଲ୍ୟାଣ ଆଶ୍ରମ

ରାୟଗଡା ୨୬. ୦୫ (ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା ର ତ୍ରିବେଣୀ ସଙ୍ଗମ ମିନାଝୋଲା ଠାରେ ଜନକଲ୍ୟାଣ ଆଶ୍ରମ ପରିସରରେ ଶିବପାର୍ବତୀ ବିବାହ ସାହି ଶୀତଳ ଷଷ୍ଠି ମୋହତ୍ସବ ପାଳନ ନିମନ୍ତେ ବ୍ୟାପକ ଆୟୋଜନ ଚାଲିଥିବା କଥା ସ୍ୱାମୀ ଜନକାନନ୍ଦ ଗିରି, ମୁଖ୍ୟ ପରିଚାଳକ ଜନକଲ୍ୟାଣ ଆଶ୍ରମ ମିନାଝୋଲା ଜଣାଇଛନ୍ତି l ଆସନ୍ତା ମେ 31 ତାରିଖ ରାତ୍ରି 8.13 ସମୟରେ ଶୁଭ ଲଗ୍ନ ରେ ବୈଦିକ ରୀତିନୀତି ଅନୁଯାଇ ଶିବପାର୍ବତୀ ଙ୍କ ପବିତ୍ର ବିବାହ ମୋହତ୍ସବ ଅନୁଷ୍ଠିତ ହେବ l ଜୁନ 1 ତାରିଖ ରେ ଶୀତଳ ଷଷ୍ଠି ପର୍ବ ପାଳନ କରାଯିବ ବୋଲି ସ୍ୱାମୀ ଜନକାନନ୍ଦ କହିଛନ୍ତି l ଏହି ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆସିଥିବା ଭକ୍ତ ଙ୍କ ନିମନ୍ତେ ମାଗଣା ରେ ପ୍ରସାଦ ସେବନ ସହିତ ଭକ୍ତ ଙ୍କ ରହିବା ନିମନ୍ତେ ମିଟ୍ସ ଗ୍ରୁପ ରାୟଗଡା ପକ୍ଷରୁ ଆୟୋଜନ କରାଯାଇଛି ବୋଲି ସ୍ୱାମି କହିଛନ୍ତି l ଗତ କେତେ ବର୍ଷ ଧରି ଆଶ୍ରମ ଆରମ୍ଭ ରୁ ପ୍ରତିବର୍ଷ ଶିବପାର୍ବତୀ ବିବାହ ଓ ଶୀତଳଷଷ୍ଠି ଉତ୍ସବ ପାଳନ ହୋଇଆସୁଛି l ଶିବପାର୍ବତୀ ବିବାହ ଓ ଶୀତଳଷଷ୍ଠି ନିମନ୍ତେ ଜନକଲ୍ୟାଣ ଆଶ୍ରମ ତଥା ମିଟ୍ସ ଗ୍ରୁପ ଅଧକ୍ଷ ବଲକୃଷ୍ଣ ପଣ୍ଡା ପ୍ରତାକ୍ଷ ତତ୍ୱାବଧାନ ରେ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବୋଲି ସ୍ୱାମୀ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଯୋଗ ଦେବା ନିମନ୍ତେ ମିଟ୍ସ ଓ ଜନକଲ୍ୟାଣ ଆଶ୍ରମ ଅଧକ୍ଷ ବଲକୃଷ୍ଣ ପଣ୍ଡା ଓ ଜନକଲ୍ୟାଣ ଆଶ୍ରମ ମୁଖ୍ୟ ପରିଚାଳକ ସ୍ୱାମୀ ଜନକାନନ୍ଦ ଗିରି ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *