ଜେକେ ପେପରମିଲ୍ ନାଗାବଳୀ ନଦୀ ଉପରେ ନିର୍ମିତ ଆଡିବନ୍ଧକୁ ଭାଙ୍ଗି ବାହାର କରିବା ପାଇଁ ଯେଉଁ ଚେତାବନୀ ବିଧାୟକ ଦେଇଥିଲେ ତାହାର ସମୟ ସୀମା ଅତିକ୍ରାନ୍ତ ହୋଇଛି କିନ୍ତୁ କାମ ଶୂନ

ଜେକେ ପେପରମିଲ୍ ନାଗାବଳୀ ନଦୀ ଉପରେ ନିର୍ମିତ ଆଡିବନ୍ଧକୁ ଭାଙ୍ଗି ବାହାର କରିବା ପାଇଁ ଯେଉଁ ଚେତାବନୀ ବିଧାୟକ ଦେଇଥିଲେ ତାହାର ସମୟ ସୀମା ଅତିକ୍ରାନ୍ତ ହୋଇଛି କିନ୍ତୁ କାମ ଶୂନ

ରାୟଗଡ଼ା ୨୬. ୦୫(ଅମୁଲ୍ୟ ନିଶଙ୍କ) ରାୟଗଡ଼ା ଜିଲା ଜେକେ ପେପରମିଲ ଚାନ୍ଦିଲି ପଂଚାୟତ ଅର୍ନ୍ତଗତ ସାନଚାନ୍ଦିଲି ଦେଇ ପ୍ରବାହିତ ହେଉଥିବା ନାଗାବଳନୀ ନଦୀରେ ବେଆଇନ ଭାବେ ବସ୍ତା ପକାଇ ଆଡ଼ିବନ୍ଧ କରି ନଦୀ ଜଳ ଶୋଷି ନେଉଥିବାକୁ ବିରୋଧ କରିଛନ୍ତି ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା । ସ୍ଥାନୀୟ ଅଂଚଳବାସୀଙ୍କ ସମେତ କଲ୍ୟାଣସିଂହପୁର, କୋଲନରା ଓ ରାୟଗଡ଼ା ବ୍ଲକର ଚାଷୀ ଚାଷ ପାଇଁ ନାଗାବଳୀ ନଦୀର ଜଳ ପାଇପାରୁନଥିବା କାରଣରୁ ବିଧାୟକ କାଡ୍ରାକାଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେଉଛି । ଅଭିଯୋଗ ପାଇବା ପରେ ରବିବାର ଜେକେ ପେପରମିଲ ଆଡ଼ିବନ୍ଧ ବାନ୍ଧିଥିବା ଅଂଚଳ ପରିଦର୍ଶନ କରି ସ୍ଥିତି ଯାଂଚ କରିଥିଲେ । ବିଧାୟକ କାଡ୍ରାକାଙ୍କ କହିବାନୁସାରେ କମ୍ପାନୀ ଆଡ଼ିବନ୍ଧ ବାନ୍ଧି ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଜଳ ଶୋଷଣ କରୁଛି । ଫଳରେ ବର୍ତମାନ ନଦୀ ଜଳ ନପାଇ ଚାଷୀକୂଳ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ହତାଶ । କେବଳ ସେତିକି ନୁହେଁ ନାଗାବଳୀ ନଦୀରେ କମ୍ପାନୀ ତାହାର କେମିକାଲ ମିଶ୍ରିତ ଆବର୍ଜନା ପାଣି ଛାଡିବା ଦ୍ୱାରା ନଦୀ ତଳ ଅଂଚଳର ଲୋକେ ଉକ୍ତ ପାଣି ବ୍ୟବହାର କରି ରୋଗରେ ପୀଡିତ ହେଉଥିବା ମଧ୍ୟ ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାକୁ ନେଇ ବିଧାୟକ କାଡ୍ରାକା ବିଧାନସଭାରେ ପ୍ରଶ୍ନ ମଧ୍ୟ କରିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ଯେ, ନାଗାବଳୀ ନଦୀ ନିକଟରେ କୌଣସି ଆଡ଼ିବନ୍ଧ ନିର୍ମାଣ ହୋଇନାହିାଁ । ବର୍ତମାନ ଖରା କାରଣରୁ ଜଳସ୍ରୋତରେ ପାଶ୍ୱର୍ ପରିବର୍ତନ ହେତୁ କମ୍ପାନୀ ବାଲି ବସ୍ତା ଦ୍ୱାରା ଏକ ଆଂଶିକ ଆଡ଼ିବନ୍ଧ ନିର୍ମାଣ କରିଛି । ଯାହାଦ୍ୱାରା ନଦୀର ଜଳପ୍ରବାହ ପ୍ରତିହତ ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ ମାଝି କହିଥିଲେ । ଏତଦବ୍ୟତିତ ଉକ୍ତ ଆଡ଼ିବନ୍ଧ ନିର୍ମାଣ ପାଇଁ କମ୍ପାନୀକୁ କୌଣସି ଅନୁମତି ମିଳିନାହିଁ । ତେଣୁ ଏହା ଭାଙ୍ଗିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । କମ୍ପାନୀକୁ ଦୈନିକ ୧୬.୩୫ କ୍ୟୁସେଜ ଜଳ ନେବା ପାଇଁ ଅନୁମତି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମାଝି । ମୁଖ୍ୟମନ୍ତ୍ରୀ ମାଝି ଆହୁରି ମଧ୍ୟ କହିଛନ୍ତି ଯେ, କଲ୍ୟାଣସିଂହପୁର ବ୍ଲକ ଅର୍ନ୍ତଗତ ଭେଜ ଗ୍ରାମ ଠାରେ ଲୋୟର ନାଗାବଳୀ ଜଳସେଚନ ନଦୀବନ୍ଧ ପ୍ରକଳ୍ପ କରାଯିବା ପାଇଁ ଯୋଜନା ରହିଛି । ଏହା କାର୍ଯ୍ୟକାରୀ ହେଲେ କଲ୍ୟାଣସିଂହପୁର ବ୍ଲକର ୬୪୦ ହେକ୍ଟର, କୋଲନରା ବ୍ଲକର ୪୬୪୦ ହେକ୍ଟର ଏବଂ ରାୟଗଡ଼ା ବ୍ଲକର ୮୫୦୦ ହେକ୍ଟର ଜମିକୁ ଜଳସେଚିତ ହୋଇପାରିବ । ତେବେ ସୂଚନାଯୋଗ୍ୟ ଯେ, ଜେକେ ପେପରମିଲର ଏହି ଆଡ଼ିବନ୍ଧ କେବଳ ଖରା ଦିନେ ନୁହେଁ ବରଂ ସବୁ ସମୟରେ ରହୁଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏହି ଆଡ଼ିବନ୍ଧ କାରଣରୁ ନଦୀ ନିକଟରେ ଏକ ଖାଇ ସୃଷ୍ଟି ହୋଇଥିଲା । ଗାଧୋଇବାକୁ ଯାଇ ଉକ୍ତ ଖାଇରେ ପଡ଼ି ଦୁଇ ନାବାଳିକା ଛାତ୍ରୀ ମୃତ୍ୟୁବରଣ କରିଥିଲେ । ସୂଚନା ଯୋଗ୍ୟଯେ ମାନ୍ୟବର ରାୟଗଡା ବିଧାୟକ ଆପାଳସ୍ଵାମୀ କାଡ୍ରକା ଗତ ଚଳିତ ମାସ 4 ତାରିଖ ରେ ନାଗାବଳି ନଦୀ ଉପରେ ଜେକେ କାଗଜ କଳ ଦ୍ୱାରା ନିର୍ମିତ ଆଡିବନ୍ଧ ପରିଦର୍ଶନ କରି ଏହା କୁ ଭାଙ୍ଗିବା ନିମନ୍ତେ ଜେକେ କାଗଜ କଳ ଓ ଜ଼ିଲ୍ଲା ପ୍ରଶାସନ କୁ ଜଣାଇଥିଲେ l କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଜେକେ କାଗଜ କଳ ନା ଜ଼ିଲ୍ଲା ପ୍ରଶାସନ ଏହି ଆଡିବନ୍ଧ ଭାଙ୍ଗିବା ପାଇଁ ତତ୍ପରତା ଦେଖାଉନାହାନ୍ତି l ଏହି ଘଟଣା ସମ୍ପର୍କ ରେ ଜେକେ କାଗଜ କଳ ଲୋକସମ୍ପର୍କ ଅଧିକାରୀଙ୍କୁ ପଚାରିବା ନିମନ୍ତେ ଯୋଗାଯୋଗ କରିଲୁ କିନ୍ତୁ ସେ ଛୁଟି ରର ଥିବାରୁ ଯୋଗାଯୋଗ ହୋଇପାରିନାହିଁ l ବିଧାୟକ ଙ୍କ କଥା ଯଦି ଜେକେ କାଗଜ କଳ ଶୁଣୁ ନାହିଁ ତାହେଲେ ସାଧାରଣ ଜନସାଧାରଣ ଙ୍କ କଥା କଣ ବୁଝିବ ବୋଲି ଜନସାଧାରଣ ଆଲୋଚନା କରୁଥିବା ର ଦେଖିବା କୁ ମିଳୁଛି l

Leave a Reply

Your email address will not be published. Required fields are marked *