ମାଇଁ କୁ ଆକ୍ରମଣ କରି ଚମ୍ପଟ୍ ମାରିଥିବା ଭଣଜା ପୋଲିସ୍ କବଜାରେ।

ମାଇଁ କୁ ଆକ୍ରମଣ କରି ଚମ୍ପଟ୍ ମାରିଥିବା ଭଣଜା ପୋଲିସ୍ କବଜାରେ।

ଗତ ଦୁଇଦିନ ପୁର୍ବେ ଘଟିଥିବା ଗୁଳିକାଣ୍ଡରେ ଗୁରୁତର ଆହତ ଭବାନୀ ରାଉତ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଆଇ ସି ୟୁ ରେ ଚିକିତ୍ସିତ ହେଉଥିବା ବେଳେ କୋଦଳା ପୋଲିସ ଛାନଭିନ୍ କରି ଶେଷରେ ଆକ୍ରମଣକାରୀ ସମ୍ପର୍କୀୟ ଭଣଜା ସୁରେଶ ପ୍ରଧାନ କୁ ନିକଟସ୍ଥ ଛୁଞ୍ଚିପଡା ଜଙ୍ଗଲରେ ଲୁଚିରହିଥିବା ବେଳେ କାବୁ କରି ଥାନାରେ ରଖି ଜେରା କରୁଛନ୍ତି ଓ ସେ ଗୁଳି କରିଥିବା ବନ୍ଧୁକ କୁ ଗାଁ ଶେଷ କୁଅଁରେ ପକାଇ ଦେଇଛି ବୋଲି କହିବା ପରେ କୋଦଳା ପୋଲିସ, ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଦୀପକ ମିଶ୍ର ପ୍ରମୁଖ ଅଗ୍ନିଶମ ବିଭାଗ ସହାୟତା ରେ ବନ୍ଧୁକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି। ଅଭିଯୁକ୍ତ ସୁରେଶ କୁ ଘଟଣା ବିଷୟରେ ଜେରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *