ଅଂଚଳର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଂଚଳ ରେ ଅର୍ଥନୈତିକ ଅଭିବୃଦ୍ଧି କରିବା ରେ ସହାୟକ ହୋଇଛି ମିଟସ ମେଗା ଫୁଡ଼ ପାର୍କ- ମନ୍ତ୍ରୀ

ଅଂଚଳର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଂଚଳ ରେ ଅର୍ଥନୈତିକ ଅଭିବୃଦ୍ଧି କରିବା ରେ ସହାୟକ ହୋଇଛି ମିଟସ ମେଗା ଫୁଡ଼ ପାର୍କ- ମନ୍ତ୍ରୀ

ରାୟଗଡ଼ା, ୨୩. ୦୫(ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କୋଳନରା ବ୍ଲକ ର ଭୁଜବଳ ଠାରେ ଅବସ୍ଥିତ ମେଗା ଫୁଡ ସପାର୍କ କୁ ପରିଦର୍ଶନ ରେ ଆସି ମନ୍ତ୍ରୀ ପାତ୍ର କହିଥିଲେ ଜେ ଅଭିଯୋଗ ପାଇଥିଲି ମିଟସ ମେଗା ଫୁଡ଼ ପାର୍କ ନାଁରେ ବ୍ୟାପକ ଦୁର୍ନୀତି ହୋଇଛି । ଭୁବନେଶ୍ୱରରୁ ରାୟଗଡ଼ା ଆସିବା ବେଳେ ଫୁଡ଼ ପାର୍କର ସମ୍ଭାବ୍ୟ ସ୍ଥିତି ନେଇ ଆଶଙ୍କାରେ ରହିଥିଲେ । ହେଲେ ଏଠାକୁ ଆସି ଫୁଡ଼ ପାର୍କ ବୁଲି ଦେଖିବା ପରେ ପ୍ରଶଂସା ନକରି ରହିବା ଅସମ୍ଭବ ବୋଲି କହିଥିଲେ । ଏହା ଆମ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ରାୟଗଡ଼ା ଜିଲା ଭିଳ ଏକ ଆଦିବାସୀ ଅଧୁଷିତ ଅଂଚଳରେ ମେଗା ଫୁଡ଼ ପାର୍କ ସ୍ଥାପନ କରି ଅଂଚଳର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ ହେବାରେ ସହଯୋଗ କରିଛି ମିଟସ୍ ଗ୍ରୁପ୍ । ଏହିଭଳି କହିଛନ୍ତି ଶୁକ୍ରବାର ରାୟଗଡ଼ା ଜିଲା ଦିନିକିଆ ଗସ୍ତରେ ଆସି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଶୁକ୍ରବାର ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଓ ରାସନ କାର୍ଡ଼ ବଂଟନ କାର୍ଯ୍ୟକ୍ରମ ପରେ ଅପରାହ୍ନ ୪.୩୦ରେ କୋଲନରା ବ୍ଲକ ଭୁଜବଳ ସ୍ଥିତ ମିଟସ ମେଗା ଫୁଡ଼ ପାର୍କ ଦର୍ଶନରେ ଯାଇଥିଲେ ମନ୍ତ୍ରୀ ପାତ୍ର । ମନ୍ତ୍ରୀ ପାତ୍ର ସେଠାରେ ପହଂଚିବା ପରେ ମିଟସ ଗୃପ ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ସିଇଓ ଶ୍ରୀରାମ ପଣ୍ଡା ଓ ଉପସଭାପତି ବିଶ୍ୱଜିତ ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ । ତେବେ ପରେ ମନ୍ତ୍ରୀ ପାତ୍ର ଫୁଡ଼ ପାର୍କର ପ୍ରତ୍ୟେକ ୟୁନିଟ୍ ନିଜେ ବୁଲି ଦେଖିଥିଲେ । ସଫ୍ଟ ଡ୍ରିଙ୍କ ପ୍ରସ୍ତୁତି ୟୁନିଟ ଠାରୁ ମେଗା ଫୁଡ଼ ପାର୍କରେ ଥିବା ଶୀତଳ ଭଣ୍ଡାର, ରାଇସ ପ୍ରୋସେସିଂ ୟୁନିଟ ଏବଂ ଅନ୍ୟାନ୍ୟ ସମସ୍ତ ୟୁନିଟ ବୁଲି ଦେଖିବା ସହିତ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ସେମାନେ କିଭଳି ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ପଚାରି ବୁଝିଥିଲେ । ଏହାପରେ ସେଠାରେ ମେଗା ଫୁଡ଼ ପାର୍କ କର୍ମଚାରୀ ଏବଂ ମିଟସ ଗୃପର ଛାତ୍ରୀଛାତ୍ର, ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ମେଗା ଫୁଡ଼ ପାର୍କ ବିଷୟରେ ପ୍ରଶଂସା କରିଥିଲେ । ଏହି ଅବସରରେ ମିଟସ ଗୃପ ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ମନ୍ତ୍ରୀ ପାତ୍ରଙ୍କୁ ସମ୍ମାନିତ କରିଥିଲେ । ତେବେ ଫୁଡ଼ ପାର୍କରେ ନିଜସ୍ୱ ଜଳଯୋଗାଣ ବ୍ୟବସ୍ଥା ରହିଥିଲେ ମଧ୍ୟ ସେଠାରେ ଅଧିକା ଜଳ ଆବଶ୍ୟକ ରହିଛି । ଯାହାଫଳରେ ଫୁଡ଼ ପାର୍କର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏନେଇ ମନ୍ତ୍ରୀ ପାତ୍ରଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ମେଗା ଫୁଡ଼ ପାର୍କ ଏକ ଭଲ ପ୍ରକଳ୍ପ ଏବଂ ଏହାପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ମେଗା ଫୁଡ଼ ପାର୍କ କରିବା ସହିତ ଏଠାକାର ୧୦୦ଜଣ ଯୁବକଯୁବତୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଏବଂ ସମସ୍ତେ ଓଡ଼ିଶାର ବୋଲି ଜାଣିବା ପରେ ମନ୍ତ୍ରୀ ପାତ୍ର ମିଟସ ଗୃପ ସିଇଓ ଶ୍ରୀରାମ ପଣ୍ଡାଙ୍କ ପ୍ରଶଂସା କରିଥିଲେ । ଏହି ଗସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ,ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲସ କୋଣ୍ଡା ବାବୁ ବରିଷ୍ଠ ନେତା କାଳିରାମ ମାଝି, ନେତା ଶିବଶଙ୍କର ଉଲାକା, ରଜତ ମାଦଳା, ଦେବାଶିଷ ପଣ୍ଡା, ତରୁଣ ଗରଡ଼ିଆ, ଶାନ୍ତନୁ ଶୁବୁଦ୍ଧି, ଅନିଲ ଜାଡ଼ିଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଏହି ଗସ୍ତରେ ସମସ୍ତ କାର୍ଯ୍ୟକ୍ରମକୁ ମିଟସ ଗୃପ ନିର୍ଦ୍ଦେଶକ ସି.ଭି.ଗୋପୀନାଥ, କଲେଜ ଅଧ୍ୟକ୍ଷ ରାମାନୁଜ ନାୟକଙ୍କ ସମେତ ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ, ଛାତ୍ରୀଛାତ୍ର ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *