ରାଜ୍ୟପାଳ ଙ୍କୁ ଭେଟିଲେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି
ରାୟଗଡା : ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ କମ୍ବଂପାଟି ହରିବାବୁ ଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ l ରାୟଗଡ଼ା ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ କୁ ସ୍ବାସ୍ଥ୍ୟ ସେବା ପାଇଁ ଯାଉଥିବା ରାୟଗଡ଼ା ବାସୀଙ୍କର ଭଲମନ୍ଦ ବିଷୟରେ ଆଲୋଚନା ହେଇଥିଲା, ଆନ୍ଧ୍ର ପ୍ରଦେଶରେ ଯୁଗ ଯୁଗ ଧରି ରହି ଆସୁଥିବା ଆମ ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କର ସଂସ୍କୃତି ରକ୍ଷା କରିବା ସହ ରାୟଗଡ଼ାର ବୋର୍ଡର କୁ ଲାଗିଥିବା ଆନ୍ଧ୍ର ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ଏଵଂ ପାଠପଢାକୁ ନେଇ ଆଲୋଚନା ହୋଇଛି, ମାନ୍ୟବର ରାଜ୍ୟପାଳ ଗୋପୀ ଉଭୟେ ଗୋଟିଏ ବିଶ୍ଵବିଦ୍ୟାଳୟର ଛାତ୍ର (Alumni) ହେଇଥିବାରୁ ବିଗତ ଦିନର ବହୁ ବିଷୟ ଚର୍ଚ୍ଚା କରିଥିବା ର ଜଣାପଡିଛି l ସୀମାନ୍ତ ଆନ୍ଧ୍ର ଓ ଓଡିଶା ରେ ବସ ବାସ କରୁଥିବା ଉଭୟ ଓଡ଼ିଆ ତେଲୁଗୁ ସମ୍ପ୍ରଦାୟ ଙ୍କ କିପରି ଉନ୍ନତି ହେବ ଆଲୋଚନା ହୋଇଥିବା ର ଜଣା ପଡିଛି ଲ ସଭାପତି ଗୋପୀ ଙ୍କ ସହିତ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ସୁଶାନ୍ତ କୁମାର ନାଥ , ଦାମୋଦର ଅନ୍ୟ ମାନେ ଉପସ୍ଥିତ ଉପସ୍ଥିତ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
