ବଲାଙ୍ଗୀର ଜିଲ୍ଲା ଜେଲ୍‌ରେ ଆରମ୍ଭ ହେଲା ୩ ଦିନିଆ ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ, ବନ୍ଦୀମାନେ ଆନ୍ତରିକ ଶାନ୍ତି ପାରୁଛନ୍ତି।

ବଲାଙ୍ଗୀର ଜିଲ୍ଲା ଜେଲ୍‌ରେ ଆରମ୍ଭ ହେଲା ୩ ଦିନିଆ ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ, ବନ୍ଦୀମାନେ ଆନ୍ତରିକ ଶାନ୍ତି ପାରୁଛନ୍ତି।

ବଲାଙ୍ଗୀର ଠାରେ ୨୧ ମଇ ୨୦୨୫ ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଜେଲ୍‌ରେ ୩ ଦିନିଆ ଯୋଗ ଓ ଧ୍ୟାନ ଶିବିର ଆରମ୍ଭ ହୋଇଛି, ଯାହା ୨୧ ମଇରୁ ୨୩ ମଇ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜେଲ୍‌ରେ ଥିବା ବନ୍ଦୀମାନେ ମଧ୍ୟରେ ଶାନ୍ତି, ଅନ୍ତର୍ମୁଖୀତା ଓ ନୈତିକ ପରିବର୍ତ୍ତନ ଆଣିବା।ଯୋଗ ଅଧ୍ୟାପିକା ମିସ୍ ସୁଶୋଭିତା ଗୁରୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ମାଧ୍ୟମରେ ବନ୍ଦୀମାନଙ୍କୁ ମନୋଶାନ୍ତି ଦେବା ପ୍ରୟାସ କରିଛନ୍ତି।ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ଜିଲ୍ଲା ଜେଲ ସୁପରିଟେଣ୍ଡେଣ୍ଟ ଶ୍ରୀ ସର୍ବେଶ୍ୱର ସାହୁଙ୍କ ଓ ଶ୍ରୀ ବିଜୟ ବେହେରା (ଏ.ଜେ.), ରୋଗିତ ଜୁଡାଇ (ୱାର୍ଡର), ହରିଶଙ୍କର ପୁରୋହିତ (ୱାର୍ଡର), ଆରତି କୁମ୍ଭାର (ଚୀଫ୍ ୱାର୍ଡର), ବିଭୂତି ଭୂଷଣ ବେହେରା (ଫାର୍ମାସିଷ୍ଟ), ଏବଂ ସହଯୋଗ ଫାଉଣ୍ଡେସନ୍ ସଭ୍ୟ ଶ୍ରୀ ସୁଦୀପ୍ତ ତ୍ରିପାଠୀ, ଶ୍ରୀ ତୋଫାନ ପାତ୍ର, ଓ ଶ୍ରୀ ରାମନାରାୟଣ ଦାସ ଙ୍କ ଅବଦାନରେ।ସହଯୋଗ ଫାଉଣ୍ଡେସନ୍ ସମ୍ପାଦିକା ଶ୍ରୀମତୀ ପିଙ୍କି ମୋଦି କହିଛନ୍ତି “ଯୋଗ ଓ ଧ୍ୟାନ ଏମିତି ଶକ୍ତିଶାଳୀ ଅଭ୍ୟାସ ଯାହା ମନକୁ ଶାନ୍ତ କରେ, ଆତ୍ମାକୁ ସୁଧାରେ। ଆମେ ପ୍ରତି ୪ ମାସକୁ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠାନ କରୁଛୁ, ଯାହା ବନ୍ଦୀମାନଙ୍କ ମନରେ ଏକ ନୂଆ ଆଶା ଓ ଦୃଢତା ଆଣିପାରିଛି ଯୋଗ ଅଧ୍ୟାପିକା ମିସ୍ ସୁଶୋଭିତା ଗୁରୁ କହିଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦୀମାନେ ମନୋଶାନ୍ତି ବୋଧ କରୁଛନ୍ତି, ତାଙ୍କର ଆଚରଣରେ ପରିବର୍ତ୍ତନ ଆସୁଛି। ସେମାନେ ଏହାକୁ ଆପଣଙ୍କ ଜୀବନ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ମାନିଛନ୍ତି।

Leave a Reply

Your email address will not be published. Required fields are marked *