କାଲିଖେତ ଠାରେ ଘାସିକୁଳ ସମାଜର ବାର୍ଷିକ ବୈଠକ….(ରିପୋର୍ଟ କୁନା ଦିଗାଲ)
କନ୍ଧମାଳ :- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମ ପଞ୍ଚାୟତ ନିକଟସ୍ଥ କାଲିଖେତ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଠାରେ ତା- ୧୯/୦୫/୨୦୨୫ ସୋମବାର ଠାରୁ ୨୧/୦୫/୨୦୨୫ ବୁଧବାର ପର୍ଯ୍ୟନ୍ତ ତିନିଦିନ ଧରି ବ୍ଲକ ସ୍ତରୀୟ ଘାସି କୁଳ ସମାଜର ବାର୍ଷିକ ବୈଠକ ଅନୂଷ୍ଠୀତ ହୋଇଥିଲା। ଉକ୍ତ ସମାଜର ବୈଠକକୁ ସଭାପତି ହେମନ୍ତ ମୁଖି ଙ୍କ ତତ୍ବାବଧାନରେ ଅନୂଷ୍ଠୀତ ହୋଇଥିଲା। ଏହି ବୈଠକରେ ଟିକାବାଲି ବ୍ଲକର ୧୧ ଗୋଟି ପଞ୍ଚାୟତର ସମସ୍ତ ଘାସିକୁଳ ସମାଜର ବାପା , ମାଆ ,ଭାଇଓ ଭଉଣୀ ବୈଠକରେ ଉପସ୍ଥିତ ରହିଥିଲେ । ତ୍ରୀଦିବସିୟ ବୈଠକର ପ୍ରଥମ ଦିନରେ ପାରମ୍ପରିକ ରିତୀନିତି ରେ ଢୋଲ ,ମହୁରି , ଚାଙ୍ଗୁ , ସମେତ ନାନା ବାଦ୍ୟ ଜନ୍ତ୍ର ବଜାଇ ବଡ଼ ଆଡମ୍ବରରେ କଳସ ଯାତ୍ରା ଅନୂଷ୍ଠୀତ ହୋଇଥିଲା । ବୈଠକର ପ୍ରଥମ ଦିନରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ବୈଠକରେ ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ବୈଠକର ମୂଖ୍ୟ ଆଲଚନାରେ ଜାତିର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ, ସାଂସ୍କୃତିକ, ବିବାହ , କୃଷି, ପରିବେଶ, ସ୍ବାସ୍ଥ୍ୟ, ଏବଂ ସମାଜରେ ଥିବା ସଂସ୍କାର ଅସାମିଜିକ ବିଷୟ ଗୁଡ଼ିକ ଉପରେ ଗୁରୁତ୍ବ ଦିଆ ଯାଇଥିଲା l ଘାସି କୁଳ ସମାଜର କଲ୍ୟାଣ ପାଇଁ କୈାଣସି ପ୍ରକାରେ ବ୍ଲକ୍ ପ୍ରଶାସନ ହେଉବା ଜିଲ୍ଲା ପ୍ରଶାସନ ହେଉ କି ରାଜ୍ୟ ସରକାରଙ୍କ ଜରିଆରେ ଆଜି ପର୍ଯ୍ୟନ୍ତ କୈାଣସି ପ୍ରକାରେ ସମାଜର ଉନ୍ନତି ମୂଳକ ପଦକ୍ଷେପ ନିଆ ଯାଇନାହିଁ । ତେଣୁକରି ଆଗାମି ଦିନରେ ଘାସି କୁଳ ସମାଜର ବିଭିନ୍ନ ସମସ୍ୟା ରହି ଥିବାରୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ , ଏବଂ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକରେ ନିଷ୍ପିତି ନିଆ ଯାଇଥିଲା । ଉକ୍ତ ବୈଠକରେ ଉପ ସଭାପତି ଶ୍ରୀ ଭାଗିରଥି ନାୟକ , ସମ୍ପାଦକ ଶ୍ରୀ କପିଳାସ ବେହେରା , ସହ ସମ୍ପାଦକ ଶ୍ରୀ ଲଳିତ ନାୟକ, କଷାଦୋକ୍ଷ ଶ୍ରୀ ଗୋପାଳ ନାୟକ, ଏବଂ ଉପଦେଷ୍ଟା ମଣ୍ଡଳୀର ବଳରାମ ମୁଖି , ବୈକୁଣ୍ଠ ବେହେରା , ନିରଞ୍ଜନ ନାୟକ, ବନମାଳୀ ନାୟକ, ଉମେଶ ମୁଖି , ବିଦ୍ୟାଧର ନାୟକ, ସମେତ ବ୍ଲକ୍ ର ଘାସି କୁଳ ସମାଜର ସମସ୍ତ ଜାତିଭାଇ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଉପସ୍ଥିତ ଥିବା ଦେଖିବାକୁ ମିଳିଥିବା ବେଳେ , ଅନ୍ତିମ ଦିନରେ ବୈଠକକୁ ଉପ ସଭାପତି ଭାଗିରଥି ନାୟକ, ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ l

