କଂଗ୍ରେସ ର ସାଧାରଣ ସମ୍ପାଦକ ହେଲେ ଆପ୍ସଲସ୍ୱାମୀ ଓ ନୀଳମାଧବ ସାମାଜିକ ଗଣ ମାଧ୍ୟମ ଅଧକ୍ଷ ହେଲେ ସତ୍ୟଜିତ

କଂଗ୍ରେସ ର ସାଧାରଣ ସମ୍ପାଦକ ହେଲେ ଆପ୍ସଲସ୍ୱାମୀ ଓ ନୀଳମାଧବ ସାମାଜିକ ଗଣ ମାଧ୍ୟମ ଅଧକ୍ଷ ହେଲେ ସତ୍ୟଜିତ

ରାୟଗଡା : ଓଡ଼ିଆ ପ୍ରଦେଶ କଂଗ୍ରେସ କୁ ମଜବୁତ କରିବା ନିମନ୍ତେ ପି ସି ସି କୁ ପୁନର୍ଗଠନ ହୋଇଛି l ଏଥିରେ ରାୟଗଡା ଜ଼ିଲ୍ଲା ର ଦୁଇ ବିଧାୟକ ଆପାଳସ୍ଵାମୀ କାଡ୍ରକା ଓ ନୀଳମାଧବ ହିକକା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ପାଦକ ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଙ୍କ ଭାଈ ସିମାଞ୍ଚଳ ଗିରି ଉଲାକା ଙ୍କୁ ନିଯୁକ୍ତି ମିଳିଛି l ସେହିପରି ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସାମାଜିକ ଗଣମାଧ୍ୟମ ର ଅଧକ୍ଷ ଭାବେ ଗୁଣୁପୁର ର ୟୁବ ବିଧାୟକ ସତ୍ୟଜିତ ଗୋମାଙ୍ଗ ଙ୍କୁ ନିଯୁକ୍ତି ମିଳିଛି l ଏ ନେଇ ଗତ କାଲି ଭାରତୀୟ କଂଗ୍ରେସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ଖବର ପ୍ରକାଶ ପରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଙ୍କ ମନ ରର ଉତ୍ସହ ଖେଳିଯାଇଛି ତାହା ସହିତ ପଦ୍ମପୁର ର ରମାକାନ୍ତ ମାଝୀ, ତାଂଗୁଡୁ ଶ୍ରୀଧର, ବାଞ୍ଛାନିଧି ବେହେରା, ଙ୍କ ସମତେ ବହୁ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି l ବିଧାୟକ ନିର୍ବାଚନ ପରେ ବହୁ ଚର୍ଚ୍ଚା ମଧ୍ୟ୍ୟ କୁ ଆସିଥିଲେ ସତ୍ୟଜିତ ବର୍ତ୍ତମାନ ଏହି ନୂତନ ଦାୟିତ୍ୱ କୁ କିପରି ଭାବେ ପରିଚାଳନା କରୁଛନ୍ତି ଦେଖିବାକୁ ବାକି ରହିଲା l ଏହି ତିନି ବିଧାୟକ ନିଜ ନିଜ ପ୍ରତିକ୍ରିୟା ରର କହିଛନ୍ତି ଜେ ପି ସି ସି ସଭାପତି ଭକ୍ତ ଚରଣ ଦାସ, ରାହୁଲ ଗାନ୍ଧୀ ସୋନିୟା ଗାନ୍ଧୀ ଆମ ଉପରେ ଭରସା ଓ ବିଶ୍ୱାସ ରଖି ଯେଉଁ ଗୁରିଦାୟିତ୍ୱ ଦେଇଛନ୍ତି ତାହାକୁ ଆମେ ସୁଚାର ରୂପେ ତୁଲେଇ ଦଳୀୟ ସଂଗଠନ କୁ ମଜବୁତ କରି ଆଗାମୀ 2027 ପୌର ଓ ପଂଚାୟତ କୁ ଦାଖଲ କରିବା ସହିତ 2029 ସାଧାରଣ ନିର୍ବାଚନ ରେ କଂଗ୍ରେସ ବିପୁଳ ସଂଖ୍ୟାରେ ବିଜୟ ହୋଇ ସରକାର ଗଠନ କରିବ ବୋଲି ତିନି ବିଧାୟକ ଦୃଢ଼ତାର ସହିତ କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *