କାଳବୈଶାଖୀରୁ ବର୍ତ୍ତିବା ପାଇଁ ଆଈ-ନାତୁଣୀ ଓ ଗାଁର ଜଣେ ମହିଳା କୁଡ଼ିଆରେ ଆଶ୍ରୟ ନେଇଥିବା ବଳେ ବଜ୍ରପାତର ଶିକାର ହୋଇଛନ୍ତି। ଭାଗ୍ୟ ଖରାପ ଥିବାରୁ ବଜ୍ରପାତ କୁଡ଼ିଆ ଉପରେ ହିଁ ପଡ଼ିଛି, ଯେଉଁଥିରେ କି ୩ଜଣଙ୍କର ମୃତ୍ୟୁ ଘଟିଛି। ଏହି ବଜ୍ରପାତରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଧୀନ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପର୍ଡିଗୁଡ଼ା ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ବୁଦ୍ରୀ ମାଣ୍ଡିଙ୍ଗା (୬୦), କସା ମାଣ୍ଡିଙ୍ଗା (୧୬) ଓ ଅମ୍ବିକା କାଶୀ (୩୫)।
