ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା
ରାୟଗଡା: ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ଚଳିତ ସିବିଏସଇ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି । ଆଜି ସିବିଏସଇ ଦ୍ୱାରା ପରିଚଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି । ତେବେ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟନରତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ୯୮ ପ୍ରତିସଦ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବା ଜଣାପଡିଛି । ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଦଶମ ଶ୍ରେଣୀର ସୁଶ୍ରୀ ସ୍ଵ୍ଵେତା ନନ୍ଦ ୯୩ ପ୍ରତିଶତ ମାର୍କ ରଖି ଶିକ୍ଷାନୁଷ୍ଠାନର ଟପର ହୋଇଥିବା ଜଣାଯାଇଛି । ସେହିପରି ତଙ୍କଲା ଅମୃତା ୮୭ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ଆଶୁତୋଷ ସାବତ ୮୨ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅନ୍ୟପଟେ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ଦ୍ଵାଦଶ ଶ୍ରେଣୀର ଅଧ୍ୟନରତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ୯୫ ପ୍ରତିସଦ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବା ଜଣାପଡିଛି । ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଦ୍ଵାଦଶ ଶ୍ରେଣୀର ଝରଣାରାଣୀ ସାହୁ ୯୨ ପ୍ରତିଶତ ମାର୍କ ରଖି ଶିକ୍ଷାନୁଷ୍ଠାନର ଟପର ହୋଇଥିବା ଜଣାଯାଇଛି । ସେହିପରି ଚେତନ କୁମାର ଗୋମାଙ୍ଗ ଓ ସ୍ଵୟଂଶୁ ପ୍ରିୟଦର୍ଶୀ ପାତ୍ର ୯୧ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ଅକ୍ଷିତ ମହାପାତ୍ର ୮୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ଅଭିଭାବକଙ୍କ ମହଲରେ ଖୁସୀର ମହଲ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରି ସର୍ବାଧିକ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ପାସ କରିଥିବାରୁ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ପ୍ରତ୍ୟେକ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଅଭିଭାକମାନେ ଶ୍ରେୟ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ପରିଚାଳନା ମଣ୍ଡଳୀଙ୍କ ଅହରହ ଉଦ୍ୟମ ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହଯୋଗ କ୍ରମେ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଛାତ୍ରଛାତ୍ରୀମାନେ ଭଲମାର୍କ ରଖି ଉତିର୍ଣ୍ଣ ହୋଇଥିବା ଉକ୍ତ ଅନୁଷ୍ଠାନ ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢୀ ପ୍ରକାଶ କରିଛନ୍ତି । ଏଥସହିତ ଭଲଅଙ୍କ ରଖି ଉତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପାଢି ଓ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଭବିଷ୍ୟତରେ ଅନୁରୂପ କଠିନ ପରିଶ୍ରମ କରି ପେଶାଦାର ଓ ବ୍ୟକ୍ତଗତ ଜୀବନରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି । ସିବିଏସଇ ଦ୍ୱାରା ପରିଚଳିତ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା ପାଇଁ ସମୂର୍ଣ୍ଣ ଶ୍ରେୟ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ ରହିଛି । ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢୀଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପାଠ୍ୟଖସଡା ସହ ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିକ୍ଷା ପ୍ରଦାନ ଫଳରେ ଏହି ସଫଳତା ଶିକ୍ଷାନୁଷ୍ଠାନ ହାସଲ କରିପାରିଛି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
