ବରଗଡ – ଆଜି 41ତମ ସପ୍ତାହ ରବିବାର (ତାରିଖ /04/ମଇ /2025) ଦିନ ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ର ଉଦ୍ୟମ ରେ ବରଗଡ ପୁରୁଣା ଡାକ୍ତରଖାନା କୁ ଆସୁ ଥିବା ରୋଗି ମାନଙ୍କ ସହଯୋଗୀ ମାନଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ର ସଭାପତି ବଳିଷ୍ଠ ଦୁର୍ଗା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଆଜି ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସମାଜସେବୀ ସଂଘ ର ସମ୍ପାଦକ ରଞ୍ଜନ ସାହୁ ,ସକ୍ରିୟ ସଦସ୍ୟ ଦୀପକ ଦାଶ,ରାଜେଶ ପୁରୋହିତ, ଜୟନ୍ତ ଭୋଇ, ଶିବ ଲୁହା ,ରାଜେଶ ଶର୍ମା ,ବିକ୍ରମ ଦାଶ ,ଅଶୋକ କୁମାର ଅଗ୍ରୱାଲ, ପ୍ରବେଶ ରଏ ,ରମାକାନ୍ତ ସାହୁ, ମିଥୁ ରାମ ସାହୁ, ଅନ୍ୟାନ୍ୟ ଭାଇଭଉଣୀ ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମ ସମସ୍ତେ ଆସି ସାଫଲ୍ୟ ମଣ୍ଡିତ କରିଥିବାରୁ ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ତରଫରୁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ l

By admin

Leave a Reply

Your email address will not be published. Required fields are marked *