ରାୟଗଡା ଓଭରବ୍ରିଜ ତଳୁ ଖସିଲା ଟ୍ୟାଙ୍କର, ଘଟିଗଲା ବଡ ଦୁର୍ଘଟଣା

ରାୟଗଡା : ରାୟଗଡ଼ା ସହରର ଓଭର୍ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଏକ ବଡ ବକ୍ସାଇଟ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣା ରେ କେହି ମୃତ୍ୟୁବରଣ କରିନଥିବା ସ୍ଥଳେ ଗାଡ଼ିର ଡ଼୍ରାଇଭର ଆହାତ ହୋଇଛନ୍ତି।କୋରାପୁଟ ରୁ ଝାରୁସୁଗୁଡା ଯାଉଥିବା ଏକ ଟ୍ୟାଙ୍କର ରାୟଗଡ଼ା ସହରର ଓଭର ବ୍ରିଜ ଉପରୁ 30 ଫୁଟ ତଳକୁ ଖସି ପଡ଼ିଛି। ବିପରୀତ ଦିଗରୁ ଏକ୍ ସ୍କୁଟର କୁ ଦୁର୍ଘଟଣା ରୁ ବର୍ତ୍ତିବା ପାଇଁ ଉଦ୍ୟମ କରି ବ୍ରିଜ ତଳକୁ ଖସି ପଡ଼ିଛି। ବ୍ରିଜ ତଳେ ମାଛ ବିକ୍ରି କରୁ ଥିବା 2 ଜଣ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚିଛି । ଏହି ଦୁର୍ଘଟଣା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଲାଗିଛି । ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *