ମୌଳିକ ସୁବିଧାରୁ ବଞ୍ଚିତ ତିନିଖଣ୍ଡ ଗାଁ l

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨/୫/- ସରକାର ଦୁର୍ଗମ ଅଂଚଳରେ ବିକାଶ କରିବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଆସୁଥିବା ବେଳେ ବିକାଶ ଅପହଞ୍ଚ ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଅନଗାଁ ପଞ୍ଚାୟତର ତିନିଖଣ୍ଡ ଗାଁ ତୁବୁରୁସିଂ, ବେନୁସାହି, ବାଲିଗୁମା l ଏହି ତିନି ଖଣ୍ଡ ଗାଁ ରେ ଆଜି ବି ପହଞ୍ଚି ପାରିନି କୌଣସି ମୌଳିକ ସୁବିଧା l ଗାଁକୁ ଯିବାକୁ ନାହିଁ ପକ୍କା ରାସ୍ତା କି ପିଇବା ପାଇଁ ନାହିଁ ଶୁଦ୍ଧ ପାନୀୟ ଜଳ, ପାନୀୟ ଜଳ ପାଇଁ ଅଛି ନଳକୂପ କିନ୍ତୁ ସେଥିରୁ ବାହାରୁଛି ଲୁହା ଜଙ୍ଗ ପାଣି, ଯାହାକି ପିଇବା ଯୋଗ୍ୟ ନୁହଁ l ତେବେ ଗାଁକୁ ଯିବାକୁ ହେଲେ ପାହାଡିଆ, ଘାଟି, ପଥୁରିଆ ଓ ମାଟି ରାସ୍ତା ଯାହାକି ବର୍ଷାଦିନ ଆସିଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡେ ଯାହା ଫଳରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି ଫଳରେ ଗର୍ଭବତୀ ମହିଳାଙ୍କୁ ଭାର କରି ମେଡିକାଲକୁ ନେବକୁ ପଡେ l ତିନିଖଣ୍ଡ ଗାଁ ତୁବୁରୁସିଂ, ବେନୁସାହି, ବାଲିଗୁମା l ଗ୍ରାମ ଲୋକଙ୍କୁ କାହିଁକି ଭଲ ରାସ୍ତା କରାଯାଉନି ବୋଲି ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାକ୍ ସହ ଯୋଗାଯୋଗ କରିବାରୁ ସେ କହି ପଞ୍ଚାୟତର ସମସ୍ୟା ବୁଝାଇଥିଲେ ମତେ ନପଚାରୀ ପଞ୍ଚାୟତ ଦାଇତ୍ବ ଥିବା କନିଷ୍ଠ ଯନ୍ତ୍ରୀ ଯୋଗାଯୋଗ କର ମୁଁ କିଛି କହିପାହିପାବି ନାହିଁ କି ମୋର କୌଣସି ତଥ୍ୟ ବୋଲି କହିଥିଲେ । ଏହି ବିଷୟ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଯୋଗାଯୋଗ କରିବାକୁ ଚାହିିବାରୁ ଯୋଗାଯୋଗ ହୋଇପାରୁନି । ଏହି ପଞ୍ଚାୟତ ଗ୍ରାମବାସୀ ଅଭିଯୋଗ କହିଥିଲେ ପ୍ରତିବର୍ଷ ଏହି ପଞ୍ଚାୟତକୁ ଉନ୍ନତି କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି। ସେହି ଟଙ୍କା କେଉଁ ଠାରେ ଖର୍ଚ କରାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ କେବେ ଏହି ତିନିଖଣ୍ଡ ଗାଁ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡିବ ତାହାହିଁ ସମସ୍ତଙ୍କ ନଜର ।

By admin

Leave a Reply

Your email address will not be published. Required fields are marked *