ଭୋଇପାଲି ଠାରେ କାଳ ବୈଶାଖି ଝଡ ବତାସ ଯୋଗୁଁ ହୁନୁ ମାଝୀ ଆଜବେଷ୍ଟସ୍ ଘର ଭାଙ୍ଗି ଯାଇଥିବାରୁ ସରକାରଙ୍କ ଠାରେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ର ଭୋଇପାଲି (ଜାମଟିକ୍ରା) ଠାରେ ଗତ ୨୯,୪ ରାତି ୮ଟା ସମୟରେ କାଳ ବୈଶାଖି ଝଡ ବତାସ ଯୋଗୁଁ ଜାମଟିକ୍ରା ର ହନୁ ମାଝୀ ବୟସ ୬୦। ଘର ଉପରେ ନିକଟରେ ଥିବା ଆମ୍ବ ଡାଳ ପଡି ସଂପୂର୍ଣ୍ଣ ଭାବେ ଆଜବେଷ୍ଟସ୍ ଭାଂଗି ଯାଇଛି। ଖବର ପାଇ ସକାଳ ର ଥୁଆପାଲି ପ୍ରତିନିଧି ଭବାନୀ ଶଙ୍କର ପାଢ଼ୀ ହନୁ ମାଝୀ ଘରକୁ ଯାଇ ଦେଖିଲେ, ସଂପୂର୍ଣ୍ଣ ରୁପେ ଆଜବେଷ୍ଟସ୍ ଭାଂଗି ଆକାଶ ଦେଖା ଯାଉଥିଲା। ବର୍ଷା ଯୋଗୁଁ ଘର ର ଆସବାବ ପତ୍ର କ୍ଷତି ହୋଇଯାଇଛି। ପରେ ରେମଣ୍ଡା ରାଜସ୍ବ ନିରିକ୍ଷକ ସ୍ଵସ୍ତିକ ବଢେଇ କୁଂ ଯୋଗାଯୋଗ କରି ହନୁ ମାଝୀ କଂ ଘର ଦେଖି ସରକାରୀ ସାହାଯ୍ଯ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ବଢ଼େଇ ଆସି ହନୁ ମାଝୀ ଘର ର ଅବସ୍ଥା ଦେଖି ଭେଡେନ ତହସିଲଦାର ରଶ୍ମିତା ସ୍ୱାଇଁ ଙ୍କ କଥା ହୋଇଥିଲେ। ଏହାପରେ ସଂଗେ ସଂଗେ ତହସିଲଦାର ମହାଶୟା ହୁନୁ ମାଝୀ କୁଂ ଏକ ଜରି (ତାରପୋଲିନ) ଦେବାକୁ ରାଜସ୍ବ ନିରୀକ୍ଷକ ସ୍ଵସ୍ତିକ ବଢ଼େଇ କୁଂ ନିର୍ଦ୍ଦେଶ ଦେଇଥିଲେ। ଆଜି ଭେଡେନ ତହସିଲଦାର ମହାଶୟା ନିର୍ଦ୍ଦେଶ କ୍ରମେ ତହସିଲ ଅଫିସ ର ଇମର୍ଜେନ୍ସି ଦାଇତ୍ବ ଥିବା ଶରତ ଭୋଇ, ହନୁ ମାଝୀ କୁଂ ସକାଳ ପ୍ରତିନିଧି ଭବାନୀ ଶଙ୍କର ପାଢ଼ୀ ଓ ଅଶୋକ ଷଡଙ୍ଗୀ କଂ ଉପସ୍ଥିତି ହନୁ ମାଝୀ କୁଂ ଏକ ତାରପୋଲିନ ଦେଇଥିଲେ । ହନୁ ମାଝୀ ଭେଡେନ ତହସିଲଦାର ରଶ୍ମିତା ସ୍ୱାଇଁ କଂ ଠାରେ କୃତଜ୍ଞତା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ ଅନୁରୋଧ କରିଥିଲେ।

By admin

Leave a Reply

Your email address will not be published. Required fields are marked *