ବୈଶାଖୀ ଉତ୍ସବ ର ଚତୁର୍ଥ ଦିବସ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭୋର ଦର୍ଶକ…..
କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ)କନ୍ଧ ମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ର ବୁଧ ବାର ଥିଲା ଚତୁର୍ଥ ଦିବସ l ବୁଧ ବାର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସଦର ଏସ ଡି ପି ଓ ଶୁଭ୍ରଜିତବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟ କ୍ରମ ର ଶୁଭ ଉଦ୍ଘାଟନ କରିବା ସହ ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳା କନ୍ଧମାଳ ର କଳା ସଂସ୍କୃତି ଓ ପରମ୍ପରା କୂ ଲୋକ ଲୋଚନ କୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l ପ୍ରଥମ କରି ଜିଲ୍ଲାରେ ଏହି ମେଳା ଆୟୋଜନ କରି ଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କୁ ସାଧୁବାଦ୍ ଜଣାଇ ଥିଲେ lଏହି ଅବସରର ଅନୁଷ୍ଠାନ ର ପରିଚାଳନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପ ସଭାପତି, ସୁଜିତ ବେହେରା ସାମ୍ବାଦିକ ଶୋନ୍ତୋଷ ଦିଗଲ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଅତିଥି ଙ୍କୁ ପୁଷ୍ପ ଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ନୂତନ ଡାନ୍ସ ଗ୍ରୁପଓ ପିପଲପଡା ରମା ବ୍ରାହ୍ମଣୀ ଦେବୀ ସାଂସ୍କୃତିକ ପରିଷଦ କଳାକାର ମାନଂକ ଆକର୍ଷଣୀୟ ନୃତ୍ୟ ଦର୍ଶକ ଙ୍କ ମନ୍ ଜିଣିଥିଲା l ସେହିପରି କୋମଳ ଗlନ୍ଧlର ଅନୁଷ୍ଠାନ ର କଳାକାର ମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ lମୁଖ୍ୟ ଅତିଥି ସଦର ଏସଡି ପିଓ ଶ୍ରୀ ବିଶ୍ବାଳ କଳାକାର ମାନଙ୍କୁ ମାନପତ୍ର ଓ ସ୍ମାରକୀ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଉପସଭାପତି ସୁଜିତ ବେହେରା କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ, ପ୍ରମୁଖ ଉପସ୍ଥିତ ଥିଲେ l ଏହି ମେଳା ଆସନ୍ତା ୮ତାରିଖ ଯାଏ ଚାଲିବ l
