ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ଆଜି ବିଶ୍ୱ ଶ୍ରମିକ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ମଧ୍ୟ ଏହି ଶ୍ରମିକ ଦିବସ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନା ରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ମା କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି । ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାର୍ଯକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଉଦ୍ଦେଶ୍ୟ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଯେଉଁଥିରେ ବରିଷ୍ଠ ଓକିଲ ତଥା ଗଞ୍ଜାମ ଓକିଲ ସଂଘ ଉପ-ସଭାପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ତଥା ଓକିଲ ଡ଼ଃ ମିନାକ୍ଷୀ ଦେଵୀ ଓ ସବିତା ସାହୁକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଲ୍ଲୀପ କୁମାର ଶତପଥୀ, ଅତିରିକ୍ତ ଶ୍ରମ ଅଧିକାରୀ କାର୍ତ୍ତିକ ସେନାପତି ଓ ପ୍ରକାଶ କୁମାର ପରିଡାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ୨୪ ଜଣ ଶ୍ରମ ଉପଭୋକ୍ତାଙ୍କୁ ବିଭିନ୍ନ ସେବା ପାଇଁ ୩ ଜଣ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୁରଣ, ଦୁଇ ଶ୍ରମିକ ବିବାହ କାର୍ଯ୍ୟକ୍ରମ ନିମନ୍ତେ ୫୦ ହଜାର ଟଙ୍କା ଓ ୧୯ ଜଣଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା

Leave a Reply

Your email address will not be published. Required fields are marked *