ସେମିଳିଗୁଡା ନାଗରିକ ସଂଘରେ ଶୋକସଭା।

ସେମିଳିଗୁଡା ନାଗରିକ ସଂଘରେ ଶୋକସଭା।

ସେମିଳିଗୁଡା.ତାରିଖ ୨୯,୪,୨୦୨୫:ସେମିଳିଗୁଡାସ୍ଥିତ ବରିଷ୍ଠ ନାଗରିକ ସଂଘ ପହେଲଗାମ ଆତଙ୍କବାଦୀ ଆକ୍ରମଣ ଓ ନରସଂହାର ଘଟଣାରେ ମର୍ମାହତ ହୋଇ ଏକ ଶୋକସଭାର ଆୟୋଜନ କରିଥିଲେ।ସଂଘର ସଭାପତି ଶ୍ରୀ ବିନୟ ଚନ୍ଦ୍ର ପଟ୍ଟନାୟକ ସଭାରେ ସଭାପତିତ୍ବ କରି ଏହି ବର୍ବୋରଚିତ ଘଟଣାକୁ ନିନ୍ଦା କରିଥିଲେ।ବୈଠକରେ ଦିବଂଗତ ଆତ୍ମାଙ୍କ ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା।ଏହାପରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଏହି ଘଟଣାର ତୀବ୍ର ନିନ୍ଦା କରିବାସହ ସମସ୍ତ ଭାରତୀୟ ଏକ ହେବାର ସମୟ ଆସିଯାଇଛି ବୋଲି କହିଥିଲେ।ପ୍ରେସକ୍ଳବର ସଭାପତି ଶ୍ରୀ ଅଜୟ କୁମାର ସାହୁ,ବରିଷ୍ଠ ନାଗରିକ ସଂଘର ସଂପାଦକ ଅଜିତ ପାଣିଗ୍ରାହୀ,ନିଜ ନିଜର ବକ୍ତବ୍ଯ ରଖିଥିଲେ।ବରିଷ୍ଠ ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।କାର୍ଯ୍ଯକାରୀ ସଭାପତି ପ୍ରତାପ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଦିନରେ ଏକ ମହମବତୀ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ସ୍ଵସ୍ତିକ ମିଶ୍ର ସେମିଳିଗୁଡା।

Leave a Reply

Your email address will not be published. Required fields are marked *