ଅର୍ଜ୍ଜୁଣ୍ଡା ପଞ୍ଚାୟତ ତେଲିଟିକରା ଗ୍ରାମ ର ଧର୍ମ ପରାୟଣ ମହିଳା ଶ୍ରୀମତୀ ଅଯୋଧ୍ୟା ପାଢ଼ୀ କଂ ଦେହାନ୍ତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅର୍ଜୁଣ୍ଡା ପୂର୍ବତନ ସରପଞ୍ଚ ସ୍ଵର୍ଗତ ଶୁଶିଲ କୁମାର ପାଢ଼ୀ କଂ ଧର୍ମପତ୍ନୀ ଶ୍ରୀମତୀ ଆଯୋଧ୍ୟା ପାଢୀ କଂ ୮୦ ବର୍ଷ ବୟସରେ ଆଜି ସକାଳୁ ଭୋର ୩ଟା ସମୟରେ ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ ପ୍ରଦୀପ କୁମାରପାଢୀ, ପ୍ରଫୁଲ କୁମାର ପାଢ଼ୀ , ପ୍ରକାଶ କୁମାରପାଢୀ,ପୁତ୍ର ବଧୂ, ଝିଅ ମିନା, ମାମି, ଜୋଇଁ ନାତିନାତୁଣୀ ଉପସ୍ଥିତ ଥିଲେ। ଜଣେ ଧର୍ମପରାୟଣା, ସୁଗୃହିଣୀ, ପରୋପକାରୀ ମହିଳା ଥିଲେ। ସେ ତେଲିଟିକରା ଗ୍ରାମ ଠାରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରିଥିଲେ। ଏଠାରେ ପ୍ରତିଦିନ ସକାଳେ ଓ ସଂନ୍ଧ୍ଯାରେ ଭଜନ, ଅନୁଷ୍ଠିତ ହେଉଛି। ତାଙ୍କର ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ଅର୍ଜୁଣ୍ଡା ପଂଚାୟତ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା, ପୁରୁଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଂକର ବହୁ ବନ୍ଧୁ, ବାନ୍ଧବ ନିକତର ପ୍ରିୟ ଜନ ମାନେ ଶବାଧାରରେ ସାମିଲ ହୋଇଥିଲେ। ଅର୍ଜ୍ଜୁଣ୍ଡା, ତେଲିଟିକରା ସ୍ଵର୍ଗଦ୍ଵାରଠରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଂକର ପୁତ୍ର ପ୍ରକାଶ କୁମାର ପାଢ଼ୀ ମୁଖାଗ୍ନି ଦେଇଥିଲେ।

By admin

Leave a Reply

Your email address will not be published. Required fields are marked *