ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଅର୍ନ୍ତଗତ ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟି ଅଙ୍କୁଶପୁର ଗ୍ରାମର ଭଗବାନ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ସ୍ତ୍ରୀ ଓ ପୁଅ ଦୁହେଁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଭଗବାନ ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ଓ ପୁଅ ସହ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଦେଖି ନିଜ ଗ୍ରାମ ଅଙ୍କୁଶପୁର ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ଆଜି ସକାଳୁ ସ୍ଥାନୀୟ ଲୋକ ଦେଖି ଘର ଲୋକଙ୍କୁ ଖବର ଜଣାଇଥିଲେ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଭଗବାନ ଙ୍କର ମୃତ୍ୟୁ ଘଟିଥିଲା ବେଳେ ସ୍ତ୍ରୀ ମାନସି ଓ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲକୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ମୃତ ଭଗବାନର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବବୋଲି ଜଣାଇଛନ୍ତ!ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ
