ରାୟଗଡ଼ା, ୭l୪-ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ହାଡ଼ିଗୁଡ଼ା ପଞ୍ଚାୟତ ଗଉଡ଼ ଗୁଡା ଗ୍ରାମରେ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଯୁବନେତା ତଥା ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍, ବିଶିଷ୍ଟ ଅତିଥି ଭାବେ ସଚିଦା ନନ୍ଦ, ପୁରୁଷୋତ୍ତମ, ଏବଂ ଦିଲୀପ ଗରଡ଼ିଆ ଯୋଗଦେଇଥିଲେ l ପ୍ରଥମ ଦିବସର ଉପର ଢେଷ୍କା ବନାମ ଡାଲିଗୁଡା ଉଦ୍ଘାଟନୀ ମ୍ୟାଚ ମଧ୍ୟରେ ଅନୁଷ୍ଠିତ ହେଇଥିଲା ୧୦ ଓଭର୍ ବିଶିଷ୍ଟ ପ୍ରଥମ ମ୍ୟାଚ୍ ରେ ଡାଲିଗୁଡା ଦଳ ଢେସ୍କା ଦଳ କୁ ପରାଜିତ କରିଥଲେ l ୭ ଦିନ ଧରି ଏହି କ୍ରିକେଟ୍ ପ୍ରତିଯୋଗିତା ଚାଲି ରହିବ ଏବଂ ଫାଇନାଲ ଖେଳ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଟିମ୍ ଅର୍ଗାନାଇଜର ସୂଚନା ଦେଇଛନ୍ତି କମିଟି ର ବୁଲୁ , ମୋହନ କୁନା ଏବଂ ରଞ୍ଜିତ ବିଭିନ୍ନ ଦାୟିତ୍ଵ ରେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି l ଏହି ଅବସରରେ କମିଟି ମ୍ୟାନେଜର କହିଛନ୍ତି ଯେ ପ୍ରତ୍ୟେକ ବର୍ଷ ହବ ଗଉଡ଼ ଗୁଡ଼ାରେ ରେ ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି l ତେବେ ଚଳିତ ୨୦୨୫ ମସିହାର ଟୁର୍ଣ୍ଣାମେଣ୍ଟ ଭିନ୍ନ ଢ଼ଙ୍ଗରେ ଆୟୋଜିତ ହଇଛି l ରାୟଗଡ଼ା ଯୁବନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଯୋଗ ଦେଇଥିବାରୁ ଆମେ ବହୁତ୍ ଉତ୍ସାହିତ ଅଛୁ ବୋଲି କାଶିପୁର ଅଞ୍ଚଳ ର ଯୁବ ଗୋଷ୍ଟି ପ୍ରକାଶ କରିଛନ୍ତି lଉଦ୍ଘାଟନୀ ଉତ୍ସବ ସଫଳତାର ସହ ସମାପନ ହେଇଥିବାବେଳେ ବାକି ମ୍ୟାଚ ଏବଂ ଉଦଯାପନୀ ସମାରୋହ ମଧ୍ୟ ସଫଳ ହେବ ବୋଲି ଗ୍ରାମ ବାସୀ କହିଛନ୍ତି…. II

By admin

Leave a Reply

Your email address will not be published. Required fields are marked *