ଯୁବକକୁ ଅପହରଣ, ପରିବାର ଲୋକେ ହେଲେ ମୋହନା ଥାନା ର ଦ୍ବାରସ୍ଥ। ଆର,ଉଦୟଗିରି ( ମନୋଜ କୁମାର ପାଢୀ) ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଠାରେ । ସୂଚନା ପ୍ରକାରେ ନୂଆଗଡ ବ୍ଲକ ଅନ୍ତର୍ଗତ ସୁନ୍ଦରଡାଙ୍ଗ ଗ୍ରାମ ପଞ୍ଚାୟତ ର ଆଟିଲିମା ଗାଁ ର ଯୁବକ ମଣ୍ଟୁ ବୀର, ଗତ କାଲି ମୋହନା ନିଜ ମା ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ମୋହନା ମେଡିକାଲ ଆଣିଥିଲେ। ପରେ ମୋହନା ରେ ଭଉଣୀ ଘରେ ମା’ କୁ ଛାଡି ମଣ୍ଟୁ ବୀର ବସ ଯୋଗେ ନିଜ ଗାଁ ଅଭିମୁଖେ ବାହାରିଥିଲେ। ହେଲେ ଆଜି ସକାଳ ୧୦ ଘଣ୍ଟ ସମୟରେ ୱାଟସ୍ଅପ ମାଧ୍ୟମରେ ମଣ୍ଟୁ ଙ୍କ ପାଟିରେ ବନ୍ଧା ହୋଇ ଥିବା ଏକ ଫୋଟୋ ତାଙ୍କ ଭିଣୋଇ କିରଣ ନାୟକ ପାଖକୁ ଆସିଥିଲା। ପରେ ପରେ ଦେଢ଼ ଲକ୍ଷ ଟଙ୍କା ଦେଲେ ଛାଡ଼ିବାକୁ ଧମକ ଯାଇଥିଲା। ପରିବାର ଲୋକେ ମୋହନା ଥାନା ରେ ଅଭିଯୋଗ କରିବା ପରେ ମଣ୍ଟୁ ଙ୍କୁ ମୋହନା ର ଏକ ଘରୋଇ ଗଜପତି ଲଡଜ୍ ରେ ରଖା ଯାଇଥିବା ନେଇ ପୋଲିସ୍ ସୂଚନା ପାଇଥିଲା। ସେହି ଲଡଜ୍ କୁ ଜାଇ ପୋଲିସ୍ ଛାନ୍ ବିନ୍ କରିବା ବେଳକୁ ସେଠାରେ ମଣ୍ଟୁ ବୀର ନଥିଲା। ଗୋଟିଏ ପଟେ ପୋଲିସ୍ ସମସ୍ତ ଦିଗକୁ ତଦନ୍ତ କରୁଥିବା ବେଳେ ପରିବାର ଲୋକେ ଏବେ ଚିନ୍ତାରେ ରହିଛନ୍ତି ।
