ପହଲଗାଁଓ ସନ୍ତ୍ରାସବାଦୀ ଆକ୍ରମଣରେ ସହିଦଙ୍କ ସ୍ମୁତି ଉଦେଶ୍ୟରେ ଟିକାବାଲି ରେ କେଣ୍ଡେଲ ଶୋଭାଯାତ୍ରା

ପହଲଗାଁଓ ସନ୍ତ୍ରାସବାଦୀ ଆକ୍ରମଣରେ ସହିଦଙ୍କ ସ୍ମୁତି ଉଦେଶ୍ୟରେ ଟିକାବାଲି ରେ କେଣ୍ଡେଲ ଶୋଭାଯାତ୍ରା

କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି କାମାୟାବୀ ପୂର୍ବ ସୈନିକ ସଂଘ ତରଫରୁ ପହଲଗାଁଓ ଶନ୍ତ୍ରାସବାଦୀ ଆକ୍ରମଣରେ ସହିଦ ସାଧାରଣ ନାଗରିକଙ୍କ ସ୍ମୁତିରେ ଏକ କେଣ୍ଡେଲ ଶୋଭାଯାତ୍ରା କରି ଟିକାବାଲି ସହର ପରିକ୍ରମା କରିଥିଲେ I ପ୍ରଥମେ ସହିଦ ମାନଙ୍କ ଅମର ଆତ୍ମା ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଟିକାବାଲିର ମେଡିକାଲ ଛକ ଠାରୁ ଶାନ୍ତି ପୂର୍ଣ୍ଣ ଭାବରେ ବାହାରି କେଣ୍ଡେଲ ପ୍ରଜ୍ୱଳନ କରି ସହର ପରିକ୍ରମା କରିଥିଲେ I ଏହି କାର୍ଯ୍ୟକ୍ରମ ରେ କାମୟାବ ପୂର୍ବ ସୈନିକ ସଂଘର ସମ୍ପାଦକ ଅବସରପ୍ରାପ୍ତ ସୁବେଦାର ରମେଶ ଦିଗାଲ ଏବଂ ସହଯୋଗ କରିଥିଲେ ଅନ୍ୟାନ୍ୟ ପୂର୍ବ ସୈନିକ ନାଏକ ସୁବେଦାର ପଙ୍କଜ ସାହୁ, ନାଏକସୁବେଦାର ମୋତିଲାଲ ପ୍ରଧାନ, ହାବୁଲଦାର ଭ୍ରମରବର ଦିଗଲ, ପ୍ରମୋଦ ନାୟକ, ବେଡା ପ୍ରଧାନ ପ୍ରଫୁଲ ଦିଗାଲ, ଦୟା ପ୍ରଧାନ, ହାବୁଲଦାର ସଞ୍ଜୟ ପ୍ରଧାନ, ହସହାବୁଲଦାର ପୁନିଆ ଦିଗାଲ, ହାବୁଲଦାର ମୁକୁନ୍ଦ କହଁର, ନାଏକସୁବେଦାର ଅଭୟ କୁମାର ନାୟକ, ନାଏକସୁବେଦାର ସୁରେଶନ ପ୍ରଧାନ, ଟଙ୍କଧର ଦିଗାଲଙ୍କ ସମେତ ସାମ୍ବାଦିକ ତଥା ସାମାଜିକ କର୍ମୀ ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗାଲ (ବୁଲୁ ), ଯସେପ ଦିଗାଲ ପ୍ରମୁଖ ଅଞ୍ଚଳବାସୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *