କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣୀଜ୍ୟ ମେଳା ୨୦୨୫ଉଦଘାଟିତ….

କନ୍ଧମାଳ -୨୮/୦୯(ରିପୋର୍ଟ କୁନା ଦିଗାଲ) ଫୁଲବାଣୀ ନିକଟସ୍ଥ କୋରୋନେସନ ପଡିଆ ଠାରେ ଦୀର୍ଘ ୧୨ ଦିନ ବ୍ୟାପୀ କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ୨୦୨୫ ରବିବାର ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉଦଘାଟିତ ହୋଇଛି lଉତ୍ସଵ କମିଟି ଅଧ୍ୟକ୍ଷ ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ଉଦ୍ ଘାଟନୀ ଉତ୍ସଵ ରେ କନ୍ଧମାଳ ଏସପି ହରିଶ୍ ବିଶି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଏସପି ଉଦଘାଟନ କରିବା ସହ ଏହି ମେଳା ଜିଲ୍ଳାର ଲୋକ କଳା ,ସଂସ୍କୃତି ପରମ୍ପରାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପରିଚଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କମିଟି ର ପରାମର୍ଶ ଦାତା ଡ଼ଃ ଅରୂପ ଜେନା ଯୋଗ ଦେଇଥିଲେ l ପ୍ରଥମ ଥର ପାଇଁ ସମ୍ପୂର୍ଣ ବେସରକାରୀ ଭାବେ କିଛି ଗଣ ମାଧ୍ୟମ ପ୍ରତିନିଧି ଓ ସମାଜସେବୀ ମିଶି ସୁନ୍ଦର ଭାବେ ଆୟୋଜନ କରି ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ l ଅଶୋକ ମହାନ୍ତି ଓ ମୁଷ୍କlନ୍ ସୁଆର ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ସଦସ୍ୟl ବିରା ଜିନି ମହାପାତ୍ର, ରୁପମ୍ବିକା ତ୍ରିପାଠୀ, ନିହରିକା ମହାନ୍ତି, ଅନୀ ତା ପଟ୍ଟନାୟକ, ଦିନେଶ ବେହେରା, ଏମ ଡି ଚିଷ୍ଟୀ, ମହାଦେବ ସାହୂ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ lଏହି ଅବସରରେ ଆୟୋଜିତ ବିଭିନ ପ୍ରତିଯୋଗିତାରେ ଅନୁଷ୍ଠିତ କୃତି ପ୍ରତିଯୋଗୀ ମlନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ lକମିଟି ଉପସଭାପତି ସୁଜିତ୍ କୁମାର ବେହେରା ଧନ୍ୟବାଦ ଦେଇଥିଲେ l ସୋମବାର ଠାରୁ ପ୍ରତ୍ୟହ ସନ୍ଧ୍ୟା ରେ ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

By admin

Leave a Reply

Your email address will not be published. Required fields are marked *