ମାଇନୋରିଟି ପ୍ରାଇଭେଟ୍ ସ୍କୁଲ ଓ ହଷ୍ଟେଲ ଆସୋସିଏସନ୍(MPSHA) ତାରଫରୁ ଉତ୍କଳ ଗୌରବମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ! ।ଆର,ଉଦୟଗିରି(ମନୋଜ ପାଢୀ/ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନିକଟ ରେ ଥିବା ରାଣୀ ପେଣ୍ଠ ରେ ଅବସ୍ଥିତ ହୋମ୍ ଅଫ ଲାଇଫ ଅନୁଷ୍ଠାନ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ M.P.S.H. A (ମାଇନୋରିଟି ପ୍ରାଇଭେଟ୍ ସ୍କୁଲ ଓ ହଷ୍ଟେଲ ଆସୋସିଏସନ୍) ର ନିର୍ଦେଶକ ଗଣ ଏବଂ ଗଜପତି ଜିଲ୍ଲା ର ବିଭିନ୍ନ ବ୍ଲକ୍ ର ସମାଜସେବୀ ଏବଂ ଅବସର ପ୍ରାପ୍ତ ସିକ୍ଷକଗଣ : ହୋଶୟ କରାଡ , ପ୍ରମୋଦ ପରିଛା, ଉଦୟ କୁମାର ଲିମା, ପବିତ୍ର ଜେନା , ଡେଭିଡ ଲିମା, ଅମିତ୍ କୁମର ଲିମ, ମନୋନୀତ ପାଣି ଏବଂ ସମାଜ ସେବୀ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଶା ବିକାଶ ପ୍ରତି କରିଥିବା ଅବଦାନ ପ୍ରତୀ ଆଲୋକପାତ କରିଥିଲେ ଏବଂ ମଧୁବାବୁଙ୍କ ଶିକ୍ଷା ଏବଂ ଅଭାନ ରେ ଅନୁପ୍ରାଣିତ ହୋଇହି ଗଜପତି ଜିଲ୍ଲା ର ସର୍ବାଙ୍ଗୀନ ବିକାଶ ନିମନ୍ତେ ଦୀର୍ଘ ଦଶନ୍ଧି ଧରି ସମାଜ ସେବା ଏବଂ ଶିକ୍ଷା, ନିଯୁକ୍ତି ଶିଳ୍ପ କାରଖାନା ପ୍ରତିଷ୍ଠା କରି ମଧୁବାବୁଙ୍କର ଲକ୍ଷ୍ୟ କୁ ଜୀବିତ ରଖିଆସୁଛନ୍ତି!ଏହି ଅବସରରେ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ ଗଜପତି ଜିଲ୍ଲା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଏକ ପ୍ରତି ମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଲିଖିତ ଆବେଦନ କରିଛନ୍ତି । ମଧୁବାବୁଙ୍କ ଜୟନ୍ତୀ ଗଜପତି ଜିଲ୍ଲା ରେ ଧୁମ୍ ଧାମ ପାଳିତ ହୋଇଥିବାରୁ ବରିଷ୍ଠ ଓଡ଼ିଆ ବୁଦ୍ଧିଜିବୀଗଣ ସାଧୁବାଦ ଜଣାଇଛନ୍ତି ।

By admin

Leave a Reply

Your email address will not be published. Required fields are marked *