ରାୟଗଡ ଏସ୍ ଏସ ଡି ହାଇସ୍କୁଲ ଠାରୁ ପହଲଗାମ୍ ଆତଙ୍କି ଆକ୍ରମଣରେ ମୃତାହତ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପଦଯାତ୍ରା।

ଆର,ଉଦୟଗିରି(ମନୋଜ ପାଢୀ/ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ରାୟଗଡ ଏସ୍ଏସଡି ହାଇସ୍କୁଲ ଠାରୁ ଆଜି ଅପରାହ୍ନ ପାଞ୍ଚଟା ବେଳେ ପହଲଗାମ୍ ଆତଙ୍କି ଆକ୍ରମଣରେ ମୃତାହତ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। କାଶ୍ମୀରର ପହଲଗାମରେ ଗତ ୨୨ ତାରିଖରେ ଆତଙ୍କବାଦୀ ଙ୍କ ଗୁଳି ର ଶିକାର ହୋଇ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଓଡ଼ିଶା ବାଲେଶ୍ଵରର ପ୍ରଶାନ୍ତ ଶତପଥୀ ବି ସେଥି ମଧ୍ୟରୁ ଜଣେ ଥିଲେ। ଯାହା ଫଳରେ ଦେଶ ର ଚାରି ଆଡେ ଶୋକର ଛାୟା ଦେଖିବାକୁ ମିଳିଛି। ଉକ୍ତ ଘଟଣା କୁ ନିନ୍ଦା ଓ ପ୍ରତିବାଦ କରିବା ସହିତ ଗଜପତି ରାୟଗଡ଼ ର ସମାଜ ସେବୀ, ବୁଦ୍ଧି ଜିବୀ, ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଏସ୍ଏସଡି ଉଚ୍ଚ ବିଦ୍ୟାଳୟ ଠାରୁ ରାୟଗଡ଼ ପଞ୍ଚାୟତ ସମିତି ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ପଦ ଯାତ୍ରା କରିଥିଲେ । ଏଥି ସହ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

By admin

Leave a Reply

Your email address will not be published. Required fields are marked *