ରାମନାଗୁଡ଼ା ପୋଲିସର ସଫଳତା, 42କେଜି ଗଂଜେଇ ଜବତ।

ରାମନାଗୁଡ଼ା ପୋଲିସର ସଫଳତା, 42କେଜି ଗଂଜେଇ ଜବତ। ରାୟଗଡା : ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପେଣକମ ନିକଟ ତାମିଙ୍ଗି ଛକ କେନାଲ ନିକଟରୁ 42କେଜି ଗଂଜେଇ ଜବତ ହୋଇଛି।ଜବତ ସମୟରେ ବାସୁଦେବ ବିଡ଼ିକା (35),ଅଜୟ କାଡ୍ରାକା (25),ରୋହିତ ବିଡ଼ିକା (17)ନାମକ ତିନିଜଣ ସ୍ଥାନୀୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବାର ଅନୁମାନ କରାଯାଉଛି। ଏହି ତିନିଜଣଙ୍କ ଘର ଗୁଡ଼ାରୀ ଥାନା ଅନ୍ତର୍ଗତ ମେଟୁ ଖିଲିଙ୍ଗିରାଇ ଗ୍ରାମରେ, ଏମାନଙ୍କ ସହିତ କିଙ୍ଗପିନ ତୁଷାର ଦୀପକ ଉଘାଡେ (39)ଙ୍କୁ ମଧ୍ୟ ଗିରଫ କରାଯାଇଛି. ସେ ହେଉଛନ୍ତି, ମହାରାଷ୍ଟ୍ର ବାସିନ୍ଦା। ଏମାନଙ୍କ ନାମରେ କେସ ନଂ 45/26.4.25.U/S-20(B)(11)(C)NDPS ଆକ୍ଟ ଦଫା ଲଗାଯାଇଛି। ଗଂଜେଇ ଜବତ ସ୍ଥାନ ରେ ରାମନାଗୁଡ଼ା ତହସିଲଦାର ତଥା ମାଜିଷ୍ଟ୍ରେଟ ଗୟା ଡମ୍ବରୁ ଧର ବେହେରା,ବିଡ଼ିଓ ରିନା ପ୍ରଧାନ ଉପସ୍ଥିତ ଥିଲେ।ସରକାରୀ ସାକ୍ଷୀ ଭାବେ ପିଇଓ ରମାକାନ୍ତ ମାଣ୍ଡାଙ୍ଗୀ,ଚିତ୍ତରଞ୍ଜନ ଦେଓ ରହିଥିଲେ। ରାମନାଗୁଡ଼ା ଥାନା ଅଧିକାରୀ ସୁନିତା ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଜଳନ୍ଧର ସେଠୀ,ଏସଆଇ ବାବୁଲା ପ୍ରଧାନ, ଏଏସଆଇ ଠାକୁର ଦାସ ଟୁଡୁ,ହାବିଲଦାର ଦେବଗ୍ରୀନ ଶବର, ସୁନୀଲ ଡାକୁଆ,ଶମ୍ଭୁ ପାଲକା ଓ ଦୁର୍ଗାପ୍ରସାଦ ଜଗତ ଉପସ୍ଥିତ ଥିଲେ।ଥାନାଅଧିକାରୀ ସୁନିତା ବେହେରା ପ୍ରକାଶ କରିଛନ୍ତି ଯେ,ଜବତ ହୋଇଥିବା ଗଂଜେଇ ଆନୁମାନିକ ମୂଲ୍ୟ ଏକ ଲକ୍ଷ ଛବିଶ ହଜାର ଟଙ୍କା ହେବ।ଘଟଣାର ତଦାରଖ ଏସଆଇ ବାବୁଲା ପ୍ରଧାନ କରୁଛନ୍ତି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *