ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଓ ଅଭିଭାବକ ବୈଠକ ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଓ ଅଭିଭାବକ ବୈଠକ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୬/୪) ମୋହନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ବିଦ୍ୟାଳୟ ପାଳିତ ହୋଇଛି। ଏହି ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସୀ ସାହୁ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି – ଶ୍ରୀଯୁକ୍ତ ପ୍ରଶାନ୍ତ ବୀର (ଅବସର ପ୍ରାପ୍ତ ଶିକ୍ଷକ ) ଶିକ୍ଷା କମିଟି ସଭାପତି * ସମ୍ମାନୀୟ ଅତିଥି * ସୁଷମା ମଲିକ ( ସଭ୍ୟା) ପୂର୍ବତନ ସରପଞ୍ଚ ମୋହନା * ଟୁନା ମଲିକ ( ସଭ୍ୟା ) ସମିତି ସଭ୍ୟ କର୍ଚବଡି * ପ୍ରକାଶ ପାଇକ ( ସହ ସମ୍ପାଦକ )* ସୁରେନ୍ଦ୍ର ଜେନା ( କୋଷାଧ୍ୟକ୍ଷ )* କୃଷ୍ଣ (ସଭ୍ୟ)* ଶ୍ରୀମତୀ ଗିରିଜା ମିଶ୍ର (ଅଧ୍ୟକ୍ଷା)* ଖ୍ରୀଷ୍ଟ ମଲିକ (ସଭ୍ୟ )* ପିତର ବଡରଇତ (ସଭ୍ୟ ) ପ୍ରମୁଖ ଯୋଗ ଦେଇଥିଲେ । ଯୋଗ ଦେଇଥିବା ଅଥିତି ମାନେ ଉପସ୍ଥିତ ରହି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସୁଶାସନର ଆଲୋଚନା କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ଥିଲେ। ଓଡ଼ିଶା ସତନ୍ତ୍ର ପ୍ରଦେଶ ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।ପ୍ରଥମେ ଅତିଥିମାନେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ବିଦ୍ୟାଳୟରେ ଶିକ୍ଷା ଦାନ କରୁଥିବା ଅଭିଭାବକ, ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *