ଜାମ୍ମୁକାଶ୍ମୀର ର ପହଲଗାମ ରେ ଆତଙ୍କବାଦୀ ଙ୍କ ଗୁଳି ରେ ମୃତ 26 ବ୍ୟକ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି
ରାୟଗଡା : ଜମ୍ମୁ- କାଶ୍ମୀର ରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ 26 ଜଣ ବ୍ୟକ୍ତି ଓ ଓଡ଼ିଆ ପୁଅ ବାଲେଶ୍ଵର ର ପ୍ରଶାନ୍ତ ଶତପଥୀ ଆତଙ୍କୀଙ୍କ ଗୁଳି ରେ ମୃତ୍ୟୁ ବରଣ କରିଥିଲେ l ପ୍ରାଣ ହରାଇଥିବା ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ହୋଇ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବିଜେପି ର ଟାଣୁଆ ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ଭୁବନେଶ୍ୱର ରେ ପହଂଚି ବାଲେଶ୍ୱର ଯିବା ନିମନ୍ତେ ବାହାରିଥିଲେ । କିନ୍ତୁ ଆତଙ୍କବାଦୀ ଙ୍କ ଗୁଳିରେ ମୃତ ବ୍ୟକ୍ତି ଙ୍କ ନିମନ୍ତେ ଅମର ଆତ୍ମାର ସଦଗତି କାମନା କରିବା ପାଇଁ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନେତୃତ୍ୱ ରେ ଏକ ଦୀପ ପ୍ରଜ୍ବଳନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ସଭା ର ଆୟୋଜନ କରାଯାଇଥିଲା । ଏହି ସମ୍ବେଦନ ସଭା ରେ ରାୟଗଡା ର ବିଜେପି ନେତା କୋଣ୍ଡା ବାବୁ ଙ୍କ ସହିତ କେ ସି ପଟ୍ଟନାୟକ ke ଶ୍ରୀନିବାସ, ପୃଥିବୀରାଜ, ଯୋଗଦେଇ ଏହି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରବର୍ଗଙ୍କୁ ସହାୟ ହୁଅନ୍ତୁ ବୋଲି ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ଆତଙ୍କବାଦୀ ଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ବିରୋଧ ରେ ଦୃଢ଼ କାର୍ଯ୍ୟନଷ୍ଠାନ ଗ୍ରହଣ ନିମନ୍ତେ ଦାବୀ କରିଥିଲେ l ଏହି ପରିପେକ୍ଷ ରେ ରାୟଗଡା ସହର ରେ କୋଣ୍ଡା ବାବୁ ଙ୍କ ଅଫିସ ପରିସରରେ ମଧ୍ୟ୍ୟ ଏକ ଶୋକସଭା ଅନୁଷ୍ଠିତ ହୋଇ ଆତଙ୍କବାଦୀ ଙ୍କ ଗୁଳି ରେ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ନିମନ୍ତେ ଏକ ନୀରବ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଲକ୍ଷ୍ମୀ ମୋହନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ରେଖାପଦର ଗ୍ରାମପଂଚାୟତ ର ବହୁ ବ୍ୟକ୍ତି ଯୋଗ ଦେଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
