ମୀନକେତନ ମହାଦେବ, ମାତା ପାର୍ବତୀ ଙ୍କ ଯୁଗଳ ମୂର୍ତି ସହିତ ସ୍ପଟିକ ଲିଙ୍ଗ ର ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ମିନାଝୋଲା

ମୀନକେତନ ମହାଦେବ, ମାତା ପାର୍ବତୀ ଙ୍କ ଯୁଗଳ ମୂର୍ତି ସହିତ ସ୍ପଟିକ ଲିଙ୍ଗ ର ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ମିନାଝୋଲା

ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଡାରି ଚନ୍ଦ୍ରପୁର ବ୍ଲକ ର ସୀମାନ୍ତ ହନୁମନ୍ତପୁର ପଂଚାୟତ ର ବଂଶଧାରା, ଚାଉଳଧୁଆ ଓ ଫାଲଫଳିଆ ପବିତ୍ର ନଦୀ ର ତ୍ରିବେଣୀ ସଂଗମ ସ୍ଥଳ ମିନାଝୋଲା ଠାରେ ଅବସ୍ଥିତ ଜନକଲ୍ୟାଣ ଆଶ୍ରମ ପରିସରରେ ଆସନ୍ତା ମଙ୍ଗଳ ବର 29.04 ଓ ବୁଧବାର 30.04 ତାରିଖ ଦିନ ମୀନକେତନ ମହାଦେବ ଓ ମାତା ପାର୍ବତୀ ଙ୍କ ଯୁଗଳ ପ୍ରତିମୂର୍ତ୍ତି ସହିତ ସ୍ପଟିକ ଲିଙ୍ଗ ସହିତ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ, ମାତା ସୀତା ଓ ବଜରଙ୍ଗବାଲି ହନୁମାନ ଙ୍କ ପିତଳ ମୂର୍ତ୍ତି ସହିତ ମାର୍ବଲ ରେ ନିର୍ମିତ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ସହିତ ଅନ୍ୟ ପାର୍ଶ୍ଵ ଦେବଦେବୀ ଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବାକୁ ଯାଉଛି l ସେଥିପାଇଁ ମିନାଝୋଲା ଜଣକଲ୍ୟାଣ ଆଶ୍ରମ ମଙ୍ଗଳ ବାର ଦିନ ପବିତ୍ର ଅମୃତ ବେଳା ରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜନକଲ୍ୟାଣ ଆଶ୍ରମ ର ଅଧକ୍ଷ ବଲକୃଷ୍ଣ ପଣ୍ଡା ଓ ପରିଚାଳକ ସ୍ୱାମୀଜାନାକାନନ୍ଦ ଗିରି କହିଛନ୍ତି l ଆଶ୍ରମ ପରିସରେ ନବ ନିର୍ମିତ ଗୁରୁକୁଳ ଆଶ୍ରମ ର ଶ୍ରେଣୀ ଗୃହ ଓ ଭୋଜନାଳୟ କୁ ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା ପରିବହନ, ବାଣିଜ୍ୟ ତଥା ଇସ୍ପାତ ଓ ଖଣି ବିଭାଗ ଓଡିଶା ସରକାର ଙ୍କ କରକମଳ ରେ 29.04 ରେ ଅନୁଷ୍ଠିତ ହେବ l ଏଥିରେ ଜ଼ିଲ୍ଲାପାଳ ରାୟଗଡା ପାରୁଲ ପଟୱାରି ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେବା ର କାର୍ଯ୍ୟକ୍ରମ ରହିଛି ବୋଲି ଆଶ୍ରମ ଅଧକ୍ଷ କହିଛନ୍ତି l ଏଥିସହିତଦୀର୍ଘ ଦୁଇ ବର୍ଷ ଧରି ଏହି ଆଶ୍ରମ ପକ୍ଷରୁ ପ୍ରକାଶିତ ତ୍ରୟ ମାସିକ ପତ୍ରିକା ଶିବା ଦି ଲିଯେଣ୍ଡ ଗୋଡ଼ ପତ୍ରିକା ର ସ୍ଵନକ୍ଷେତ୍ର ଦିବସ ମଧ୍ୟ୍ୟ ପାଳନ କରାଯିବ ବୋଲି ଜଣାପଡିଛି l ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ସୁଦୂର ହିମାଳୟ ଓ ଅନ୍ୟ ସ୍ଥାନ ରୁ ବହୁ ସାଧୁସନ୍ତ ଙ୍କ ଆଗମନ ଦେଖିବାକୁ ମିଳୁଛି l ଏହି ଦୁଇ ଦିନ ମଧ୍ୟ୍ୟ ନବ କୁଣ୍ଡିୟ ଗାୟତ୍ରୀ ମୋହ ଯଂଜ୍ଞ ଅନୁଷ୍ଠିତ ହେବ l ଏହି ଦୁଇ ଦିନ ଭକ୍ତ ଓ ଜନସାଧାରଣ ଙ୍କ ରହିବା ଓ ଖାଇବା ନିମନ୍ତେ ମିଟ୍ସ ଗ୍ରୁପ ରାୟଗଡା ଓ ଜନକଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜନ କରାଯାଇଛି ସେଥିପାଇଁ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ମିଟ୍ସ ଗ୍ରୁପ ରାୟଗଡା ଓ ଜନକଲ୍ୟାଣ ଆଶ୍ରମ ର ଅଧକ୍ଷ ବଲକୃଷ୍ଣ ପଣ୍ଡା ଓ ପରିଚାଳକ ସ୍ୱାମି ଜନକାନନ୍ଦ ଗିରି ନିବେଦନ କରିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *