ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତ ରାଜ ଦିବସ ଓ ପାନୀୟ ଜଳଯୋଗାଣ ବିଭାଗ ୨୦୨୫ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତ କୁ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ଗୋଏଲ ଓ ବରଗଡ ପ୍ରୋଜେକ୍ଟ ଡାରେକ୍ଟର ପିଡି ଶ୍ରୀଯୁକ୍ତ ଲଲାଟ ଲୁହା ରେମଣ୍ଡା ପଂଚାୟତ ର ସରପଞ୍ଚ ଉଦ୍ଧବ ବାରିକ ଓ ପଂଚାୟତ ପିଇଓ ଅକ୍ଷୟ କୁମାର ସାହୁ କୁଂ ପ୍ରମାଣ ପତ୍ର ସହ ୫ଲକ୍ଷ ୭୯ହଜାର,୭୧୦ ଟଙ୍କା ର ଚେକ ପ୍ରଦାନ କରିଛନ୍ତି। ରେମଣ୍ଡା ଗ୍ରାମ ପଂଚାୟତ ଜନସାଧାରଣ କଂ ତରଫରୁ ସରପଞ୍ଚ ଉଦ୍ଧବ ବାରିକ ରାଜ୍ୟ ସରକାର ତଥା ମାନ୍ୟବର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କଂ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

