ପିପୁଲ ଫାରଓ୍ବାର୍ଡ ଫାଉଣ୍ଡେସନ ହୋଷ୍ଟେଲର ଉଦଘାଟନ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ପିପୁଲ ଫାରଓ୍ବାର୍ଡ ଫାଉଣ୍ଡେସନ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଯାହା ଭୁବନେଶ୍ବରରେ ଦୀର୍ଘଦିନ ହେଲା ଗରୀବ ନିରିହ ତଥା ମାତୃପିତୃ ବିହିନ ଛୋଟ ପୁଅ ଝୀଅଙ୍କ ଖାଇବା, ରହିବା ଓ ପାଠପଢାର ସମସ୍ତ ଖର୍ଚ୍ଚ ଯୋଗାଇଥାଆନ୍ତି। ତେବେ ସୂଚନା ଅନୁସାରେ ଏହି ଅନୁଷ୍ଠାନ ଗଜପତିର ଆଦିବାସୀ ଅଞ୍ଚଳର ଅନେକ ପିଲାମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହୋଷ୍ଟେଲରେ ସେମାନଙ୍କୁ ଥଇଥାନ କରିଛନ୍ତି। ଏହି ଅନୁଷ୍ଠାନ ତରଫରୁ ଏବେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡମ୍ବାଳ ପଞ୍ଚାୟତର ମଣ୍ଡଳସାହିଠାରେ, ଉଦଘାଟନ ହୋଇଯାଇଛି ଏକ ୫୦ ଜଣିଆ ହୋଷ୍ଟେଲର। ଏହି ହୋଷ୍ଟେଲକୁ ଉଦଘାଟନ କରିଛନ୍ତି ଗଜପତିଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବାଳ ସରପଞ୍ଚ ବିଶ୍ବନାଥ ଭୁୟାଁ, ଅନୁଷ୍ଠାନର ସଭାପତି ବନିତା ପରିଡା, ସମ୍ପାଦକ ସତ୍ୟଜିତ ବାରୁଆ , ଜିରାଙ୍ଗ ଥାନା ଫାଣ୍ଡି ଅଧିକାରୀ ଭି ରାବଣା ,ସ୍ଥାନୀୟ ଅନେକ ବୁଦ୍ଧିଜବୀି ଓ ଛାତ୍ରଛାତ୍ରୀଙ୍କ ମାତା ପିତା ଉପସ୍ଥିତଥିଲେ। ଅପରପକ୍ଷେ ମଣ୍ଡଳସାହିଠାରେ ପ୍ରାଥମିକ ବିଦ୍ୟାଳୟରଟିଏ ଥିଲେ ମଧ୍ୟ ଛାତ୍ର କିବ ଛାତ୍ରୀ ବାସ ନଥିବାରୁ ,ପିଲାମାନେ ଦିବାଧ୍ୟାୟୀ ହୋଇ ପାଠ ପଢିଥାନ୍ତି। ତେଣୁ ଏହି ଅନୁଷ୍ଠାନ ଦ୍ବାରା ଏହି ହୋଷ୍ଟେଲ ପିଲାମାନଙ୍କୁ ଖାଦ୍ୟ,ରହଣୀ ଓ ଟିଉସନର ମୁକ୍ତ ବ୍ୟବସ୍ଥା ଅଞ୍ଚଳବାସୀଙ୍କୁ ଅନେକ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି। ଏବେ ପୁଣି ସ୍କୁଲ ଗୁଡିକରେ,ସରକାରୀ ଖରା ଛୁଟି ଆରମ୍ଭ ହୋଇଥିବାବେଳେ, ପିଲା ମାନଙ୍କୁ ଏ ହୋଷ୍ଟେଲ ଏକ ବରଦାନ ବୋଲି କହିଛନ୍ତି ଅବିଭାବକ। ଅନୁଷ୍ଠାନର ସଭାପତିଙ୍କ କହିବା ଅନୁସାରେ ,ଏଠି କେବଳ ୨୦ ଜଣ ପିଲାଙ୍କ ରହିବା ଶକାଶେ ବ୍ୟବସ୍ଥା କରୁଥିବାବେଳେ, ଅବିଭାବକ ମାନଙ୍କ ଅନୁରୋଧକ୍ରମେ ପୁଣି ଏଠି ୫୦ ଜଣଙ୍କର ବ୍ୟବସ୍ଥା ଲାଗି ଚେଷ୍ଟା କରୁଥିବା ଜଣାପଡିଛି। ଏପରି ଗରିବ ,ନିରୀହ ପିଲାଙ୍କୁ ମାଗଣା ଶିକ୍ଷା,ସହ ଖାଦ୍ୟ ଓ ରହଣି ଯୋଗାଇ ଦେଉଥିବାର ଜାଣି ଅନୁଷ୍ଠାନକୁ ଅନେକ ଶୁଭେଛ୍ଛା ମିଳୁଥିବା ଜଣାପଡିଛି ।
