ପୁଅ ର ପ୍ରେମ କାରବାର ପାଇଁ ବାପା ର ଜୀବନ ଗଲା।
ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ କୁମୁଣ୍ଡା ଗ୍ରାମର ହାଡୁବନ୍ଧୁ ଗୌଡ ନାମକ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରି ଗାଁ କେନାଲ୍ ନିକଟରେ ଫୋପାଡି ଦେଇଥିବା ବେଳେ ମୃତ ବ୍ୟକ୍ତିଙ୍କ ସାନ ପୁଅ ଓ କିଛି ସମ୍ପର୍କୀୟ ଲୋକ ଶବ ଉଦ୍ଧାର କରି ପୋଲିସ କୁ ସୁଚନା ଦେଇଥିଲେ। ଗଞ୍ଜାମ ଏସ୍ ପି ଶୁଭେନ୍ଦୁ ପାତ୍ର, ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ପ୍ରମୋଦ ଲେଙ୍କା, ଭଞ୍ଜନଗର ଏସ୍ ଡି ପି ଓ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କିଛି ନମୁନା ସଂଗ୍ରହ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।ସୁଚନା ଥାଊକି ମୃତ ବ୍ୟକ୍ତିଙ୍କ ମଝିଆ ପୁଅ ଭୁବନେଶ୍ୱରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଏହି କିଛି ଦିନ ତଳେ ତା’ର ସ୍କୁଲ୍ ସହପାଠିନୀ ସହ କେଉଁ ଆଡେ ଚାଲିଯାଇଛି ଓ ଏହି ଭଳି ପରିସ୍ଥିତିରେ ଝିଅର ବାପା ହାଡୁବନ୍ଧୁ ର ଘରକୁ ୧୦ ଦିନ ମଧ୍ୟରେ ଝିଅ କୁ ଆଣି ଦିଅ ନଚେତ୍ ହତ୍ୟା ର ଧମକ ଦେଇଥିଲା। ଠୀକ ୧୦ ଦିନ ଭିତରେ ସ୍ବାମୀ କୁ ହତ୍ୟା କରାଯାଇଛି ବୋଲି ମୃତ ବ୍ୟକ୍ତିଙ୍କ ପତ୍ନୀ ଥାନା ରେ ଅଭିଯୋଗ କରିଛନ୍ତି ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୧୯୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
