ପହେଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ
ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା
ରାୟଗଡ଼ା, ୨୪/୪ (ପ୍ରଫୁଲ୍ଲ କୁମାର ବେହେରା) : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା
ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ବୈସରଣ ଘାଟି ପହେଲଗାମ ଠାରେ ଗତକାଲି ଶୀମାପାର ଆତଙ୍କବାଦୀମାନଙ୍କ ଅମାନୁଷିକ ଗୁଳି ମାଡ଼ରେ ୩୬ ଜଣରୁ ଉର୍ଦ୍ଧ୍ୱ ହିନ୍ଦୁ ପର୍ଯ୍ୟଟକମାନଙ୍କ ପ୍ରାଣହାନି ଏବଂ ଅନେକଙ୍କ ଗୁରୁତର ଆହତ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଷଡ଼ଯନ୍ତ୍ର
ପଛରେ ପାକିସ୍ତାନ ଆଇ ଏସ ଆଇ ପରିସ୍ଖଳିତ ଆତଙ୍କବାଦୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସନ୍ଧ୍ୟାରେ ୭ଟା ସମୟ ରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ କ୍ୟାଣ୍ଡଲ ଶୋଭାଯାତ୍ରା ଓ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପ୍ରତିବାଦ ଶୋଭାଯାତ୍ରାରେ ଟିକିରି ଅନେକ ବୁଦ୍ଧିଜୀବୀ, ଓ ବ୍ୟବସାୟୀ ମାନେ । ଉପସ୍ଥିତ ରହିଥିଲେ ଏହି ପ୍ରତିବାଦ ଶୋଭାଯାତ୍ରା ଟିକିରି ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗୋକୁଳ ମୁଣ୍ଡ ତ୍ରିନାଥ ମଦିର ପହଞ୍ଚିଥିଲା। ଟିକିରି ସବୁ ବର୍ଗର ଜନସାଧାରଣ ହାତରେ କ୍ୟାଣ୍ଡଲ ସହିତ ସହିଦମାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇ ନଗର ପରିକ୍ରମା କରିଥିଲେ। ପାକିସ୍ତାନ ମୂର୍ଦାବାଦ, ସିମାପାର ଆତଙ୍କବାଦୀ ମୁର୍ଦାବାଦ, ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ
ଆମର ଦାବି, ପାହେଲଗାମ ସହିଦ ଅମର ରହେ, ବୋଲି ନାରା ଦେଇଥିଲେ ଆତଙ୍କବାଦୀ ପ୍ରତି ସେମାନଙ୍କ କ୍ରୋଧ ପ୍ରକଟ କରିଥିଲେ।
ପ୍ରତିବାଦ ଶୋଭାଯାତ୍ରା ବାହାରି ଥିଲା
