ନୁଆଗଡରେ ପଞ୍ଚାୟତିରାଜ ଦିବସ ପାଳିତ ।
ଆର,ଉଦୟଗିରି (ମନୋଜ କୁମାର ପାଢୀ):-୨୪/୦୪ରାଜ୍ୟ ସରକାର ଜନସାଧାରଣ ଙ୍କ ବିକାଶ ନିମନ୍ତେ ଶ୍ରୀକ୍ଷେତ୍ରଧାମ ପୁରୀ ଠାରେ ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଯାଇଛି lଏ ନେଇ ନୁଆଗଡ ବ୍ଲକର ଖଜୁରୀପଦା ବାବା ଆମ୍ବେଦକର ମାଧ୍ୟମିକ ବିଦ୍ୟାଳୟ ପଡିଆରେ ବିଡିଓ ଲୋକନାଥ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଲଇଡି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା l ଓଡ଼ିଶା ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଇଁ ବିସୃତ ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଏହି ମାର୍ଗଦର୍ଶିକା ପ୍ରେରଣ କରାଯାଇଥିଲl । ଜନମତକୁ ପ୍ରାଧାନ୍ୟ ଦେବା ପଞ୍ଚାୟତିରାଜ ଦିବସର ମୂଳ ଉଦ୍ଦେଶ୍ୟ ରହିଥିଲା l ଗ୍ରାମାଞ୍ଚଳ ଲୋକ ମାନଙ୍କୁ ପ୍ରାଥମିକତା ଦିଆଯିବା ସହିତ ଦଶ ହଜାର କୋଟି ଟଙ୍କା ବ୍ୟୟରେ ଗ୍ରାମାଂଚଳର ବିକାଶ ପାଇଁ ପିଏମ୍ ବିଜୁଳି , ଆବାସ, ପାଇବା ପାଣି ଓ ସଡକ ଯୋଜନା ରେ ବିଭିନ୍ନ ଉନ୍ନତି ମୂଳକ କାମ କରାଯିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନୁଆଗଡ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ , ପାରଳାଖେଣ୍ଡିର ସି ଡି ଏ ଓ ରବିନ୍ଦ୍ର କୁମାର ଅଧକ, ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ । ପ୍ରଧାନ ମନ୍ତ୍ରୀ ଆବାସଗୃହରେ ତିତିସିଂ, ବଡପଦା, ଅତରସିଂ ପଞ୍ଚାୟତ,ମନରେଗା ଭଲ କାମ କରିଥିବା ଯୋଗୁଁ ତାବରଡା,ପରିମଳ,ଅତରସିଂ ପଞ୍ଚାୟତ ଏବଂ ସିଏଫସି ଓ ଏସଏଫସିରେ ପାଇକ ଅନ୍ତରଡା, ବଡପଦା ଓ କିରାମା ପଞ୍ଚାୟତରେ ଅଧିକ ଟଙ୍କା ଖର୍ଚ ହୋଇଥିବାରୁ ଏହି ଗ୍ରାମପଞ୍ଚୟତ ସରପଞ୍ଚ ପିଇଓ ମାନକୁ ପୁରସ୍କୁତ କରାଯାଉଛି । ଉପସ୍ଥିତ ଅତିଥିମାନଙ୍କ ଦ୍ଵାରl 25 ଜଣ ହିତାଧିକରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ବିଡିଓଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ମହିଳା ଏବଂ ପୁରୁଷ ସାମିଲ ହୋଇଥିଲେ l
