ମନରେଗା ଅଧିନିୟମର ଦିନିକିଆ ତାଲିମ

ମନରେଗା ଅଧିନିୟମର ଦିନିକିଆ ତାଲିମ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଖଜୁରୀପଦା କଲ୍ୟାଣ ମଣ୍ଡପରେ ମନରେଗା ରିଫ୍ରେଶେର ତାଲିମ ଏଡିଇଓ, ଜିଆରଏସ ଓ ମେଟ୍ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଲୋକନାଥ ଶବର, ସହକାରୀ ନିର୍ବାହୀ ଯନ୍ତୀ, ଏପିଓ ଓ ୧୯ ଟି ପଞ୍ଚାୟତର ଏଡିଇଓ, ଜିଆରଏସ୍ ଓ ମେଟ୍ମାନେ ଉପସ୍ଥିତ ଥିଲେ । ବୈଠକରେ ବିଡିଓ ଶ୍ରୀ ଶବର ମନରେଗା କାମରେ ଲୋକେ କିପରି ଉପକୃତ ହେବେ ଏବଂ ପଡିରହିଥି୍ବା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଯେଉଁ କାମ ଠିକ୍ ଜାଗାରେ କଲେ ଲୋକମାନେ ଉପକୃତ ହେବେ, ମନରେଗା ଅଧିନିୟମର ନୂତନ କାର୍ଯ୍ୟାଶୈଳୀ,ବ୍ଳକ ଦାଦନ ପ୍ରବଣ ଅଞ୍ଚଳ ଥିବା ଶ୍ରମିକଙ୍କୁ ଅଧିକରୁ ଅଧିକ ୩୦୦ ଦିନ କାର୍ଯ୍ୟରେ ନିୟୋଜିତ କରାଯିବା ସମ୍ପର୍କରେ ଶିବିର ସଚେତନ ସେନେଇ ଏପିଓ ବୁଝାଥିଲେ । ଭାରପ୍ରାପ ଜିପିଇଓ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *