ହତ୍ୟା ଉଦ୍ୟମ ଅଭିଯୁକ୍ତ ୩ ଯୁବକ ଗିରଫ।

ହତ୍ୟା ଉଦ୍ୟମ ଅଭିଯୁକ୍ତ ୩ ଯୁବକ ଗିରଫ।

ଗତକାଲି ସନ୍ଧ୍ୟାରେ ଟାଉନ ଥାନା ନିକଟରେ ଠିକାଦାର ଧୀରେଶ୍ ଚୌଧୁରୀ ଙ୍କୁ ହତ୍ୟା ଉଦ୍ୟମ ଘଟଣା ଅଭିଯୋଗ କୁ ନେଇ ଟାଉନ ଥାନା ପୋଲିସ୍ ର ତତକାଳ ଉଦ୍ୟମ ଯୋଗୁଁ ୩ ଅଭିଯୁକ୍ତ ତଥା ପ୍ରକାଶ ରାଓ, ଏମ୍ ନବୀନ ଓ ହରିପ୍ରସାଦ ପ୍ରମୁଖ ଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଯୁବକ ମାନେ ନିକଟସ୍ଥ କାମ୍ପ ସାହିର। ଗତକାଲି ଏହି ଅଭିଯୁକ୍ତ ମାନେ ମୀନା ବଜାର ମେଳା ପରିସରରେ ଠିକାଦାର ଚୌଧୁରୀ କୁ ଦାଦା ବଟି ମାଗିଥିଲେ ଓ ସେ ମନା କରିବାରୁ ତାକୁ ଭୁଜାଲିରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଦେଇଥିଲେ। ଏହି ଘଟଣା କୁ ନେଇ ଗୁରୁତର ଠିକାଦାର ଚୌଧୁରୀଙ୍କ ପତ୍ନୀ ରୁକ୍ମିଣୀ ଚୌଧୁରୀ ଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରି ଅଭିଯୁକ୍ତ ତିନି ଯୁବକ କୁ ଉଠେଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *