ଫୁଲବାଣୀ ଠାରେ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଇଁ ଶୁଭ ଖୁଣ୍ଟି ସ୍ଥାପିତ….
କନ୍ଧମାଳ -୨୦/୦୪(ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ସଦର ମହାକାମା ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ରୁ ମେ ମାସ ୮ତାରିଖ ଯାଏଁ ଦୀର୍ଘ ୧୨ଦିନ ବ୍ୟାପୀ ଫୁଲବାଣୀ ର କୋରନେ ସନ୍ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ପାଇଁ ରବିବାର ପଡ଼ିଆରେ ପୂଜାର୍ଚ୍ଚନା ହୋମ ସହ ଶୁଭ ଖୁଣ୍ଟି ସ୍ଥାପିତ ହୋଇ ଥିଲା l ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା -୨ ୦୨୫ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଉତ୍ସଵ କମିଟି ଅଧ୍ୟକ୍ଷ ଓ ସାମ୍ବାଦିକ ରାଧା ମୋହନ ମହାପାତ୍ର, ସଂପାଦକ କାହୁଁ ଚରଣ ଶତପଥୀ, ଉପ ସଭାପତି ସୁଜିତ୍ ବେହେରା, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ, ସଦସ୍ୟ ଦିଲୀପ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ନ ପଟ୍ଟନାୟକ, ବ୍ରଜ ନନ୍ଦ, ମୁଷ୍କlନ୍ ସୁଆର, ନିହlରିକା ମହାନ୍ତି, ରୁପମ୍ବିକା ତ୍ରୀପାଠୀ, ଅଶୋକ ମହାନ୍ତି, ବଦ୍ୟ ନାୟକ,ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରିପାଠୀ, ରାଜୁ ଭlୟା, ସୋନ୍ତଶ ଦିଗାଲ, ପ୍ରମୁଖ ଉପସ୍ଥିତ ଥିଲେ l ମେଳାରେ ପାଖାପାଖି ୧୫୦ରୁ ଉର୍ଦ୍ଧ ବାଣିଜ୍ୟିକ ଷ୍ଟଲ, ମିନlବଜାର ରହିବା ସହ ପ୍ରତ୍ୟହ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମମାନଅନୁଷ୍ଠିତ ହେବ l

